ରିପୋର୍ଟ କାର୍ଡ / ନୂଆପଡ଼ା
ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରିସିକୁଆଁ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ପ୍ରାଣବନ୍ଧୁ ଦଣ୍ଡସେନା। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜିଆରଏସ ଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ସହିତ କମଳାକାନ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ସେ ସୁନାରିସିକୁଆଁ ପଞ୍ଚାୟତର ବାସି | ଏମ୍ଜିଏନ୍ଆରଇଜି ଯୋଜନାର କିଛି ହିତାଧିକାରୀଙ୍କ ନାଁ ଚଢ଼ାଇବା ଓ ବକେୟା ଟଙ୍କା ପ୍ରଦାନ କରିବା ପାଇଁ କମଳାକାନ୍ତ ପ୍ରଧାନଙ୍କ ମାଧ୍ୟମରେ ଜିଆରଏସ୍ ପ୍ରାଣବନ୍ଧୁ ଦଣ୍ଡସେନା ଲାଞ୍ଚ ମାଗିଥିଲା। ଆଜି ଜଣେ ଅଭିଯୋଗକାରୀଙ୍କ ଠାରୁ କମଳାକାନ୍ତଙ୍କ ମାଧ୍ୟମରେ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଧରାପଡ଼ିଥିଲେ। ସମସ୍ତ ଲାଞ୍ଚ ଅର୍ଥ କମଳାକାନ୍ତ ପ୍ରଧାନଙ୍କ ଠାରୁ ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..