ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳ ବିଜେଡି କୁ ଟାର୍ଗେଟ କରୁଛନ୍ତି ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ। ଏହାକୁ ନେଇ ଗତକାଲି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ ସୌମ୍ୟଙ୍କୁ କଟାକ୍ଷ କରିଥିବା ବେଳେ ଆଜି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଟାର୍ଗେଟ କରିଥିଲେ। ସୌମ୍ୟଙ୍କ ବୟାନକୁ ଦଳ ବିରୋଧୀ କାର୍ଯ୍ୟ ବୋଲି ଅତନୁ କହିଲେ| ‘ସୌମ୍ୟ ଦଳକୁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍ କରି ବାରମ୍ବାର ଲେଖୁଛନ୍ତି, ଏହା ଆଦୌ ଗ୍ରହଣୀୟ ନୁହେଁ, ସାଧାରଣ ଲୋକେ ଏହାକୁ ଗ୍ରହଣ କରିବେନି, ଦଳରେ ରହି ବ୍ଲାକମେଲିଂ କରିବାକୁ ପ୍ରୟାସ କରୁଛନ୍ତି, ବ୍ଲାକମେଲିଂକୁ ଆୟୁଧ କରି ଲକ୍ଷ୍ୟରେ ପହଞ୍ଚିପାରିବେନି, ସୌମ୍ୟ କ’ଣ ଓ କେତେଥର ଦଳ ବଦଳାଇଛନ୍ତି ସମସ୍ତେ ଜାଣିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା, ଲୋକଙ୍କ ଅଭିଯୋଗର ସମାଧାନ ହେଲା, ଏଥିରେ ଅସୁବିଧା କଣ ଅତନୁ କହିଥିଲେ । ଅରୁଣ ଓ ଅତନୁଙ୍କ ପ୍ରତିକ୍ରିୟାକୁ ନେଇ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ କଡ଼ା ଜବାବ ଦେଇଛନ୍ତି। କହିଛନ୍ତି ଉତ୍ତର ଦେଇ ସେମାନଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି, ସେମାନଙ୍କ ପାଖରେ ଶବ୍ଦର ଅଭାବ, ବ୍ଲାକମେଲିଂ ବ୍ଲାକମେଲିଂ ହେଉଛନ୍ତି। ଦଳ ବଦଳାଇବ ଉପରେ ଉତ୍ତର ମଧ୍ୟ ସୌମ୍ୟ ଦେଇଛନ୍ତି। କହିଛନ୍ତି ମତ ପରିବର୍ତ୍ତନ ଏକ ସ୍ବାଭାବିକ ପ୍ରକ୍ରିୟା । ବିଜେଡିରେ ଯେଉଁମାନେ ମିଶିଛନ୍ତି , ସେମାନେ କେଉଁ ଦଳରୁ ଆସିଛନ୍ତି | ନବୀନ ବାବୁ ୧୫ ଦିନରେ ଥରେ ମତ ପରିବର୍ତ୍ତନ କରୁଛନ୍ତି ବୋଲି କହିଛନ୍ତି ସୌମ୍ୟ |






More Stories
୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି……
ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲିଲେ ଡିଜିପି…..
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..