ରିପୋର୍ଟ କାର୍ଡ / ନୟାଗଡ଼
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖଣ୍ଡପଡ଼ା ଥାନା ଏଏସଆଇ। ମଦ ବେପାରୀଠୁ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଏସଆଇ ଏସ୍କେ ରେହମାନଙ୍କୁ ଧରିଛି ନୟାଗଡ଼ ଏବଂ ଭୁବନେଶ୍ୱର ଭିଜିଲାନ୍ସ ଟିମ୍। ମିଳିଥିବା ସୂଚନା ଅନୁସାରେ ଖଣ୍ଡପଡ଼ା ଥାନା ଖଳିସାହି ଗ୍ରାମର ଚୋରା ଦେଶୀ ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ପୂର୍ବ କେସର ସମାଧାନ ପାଇଁ ଖଣ୍ଡପଡ଼ା ଥାନା ଏସଆଇ ଏସକେ ରେହମାନ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସକାଳୁ ଏସଆଇ ଏସ୍କେ ରେହମାନ ଖଳିସାହିରେ ରହୁଥିବା ଭଡ଼ାଘରେ ଚୋରା ଦେଶୀ ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ନିକଟରୁ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଏସ୍କେ ରେହମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ କରାଯାଉଥିବା ସୂଚନା ମିଳିଛି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
୬ ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ….
ମେ’ ରେ ମାଟ୍ରିକ୍ ରେଜଲ୍ଟ…..