ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ଭିଜିଲାନ୍ସ ଜାଲରେ ପଡିଛନ୍ତି ଲାଞ୍ଚୁଆ ପ୍ରଧାନଶିକ୍ଷକ। କେନ୍ଦ୍ରାପଡ଼ା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଆତି ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ ଶ୍ରୀ ଆତି ନିଜ ସ୍କୁଲର ଜଣେ କର୍ମଚାରୀଙ୍କ ଗୃହ ଋଣ ପାଇଁ ଅଭିଯୋଗକାରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏବାବଦରେ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗରେ ଅବଗତ କରିଥିଲେ। ତେବେ ଯୋଜନା ଅନୁସାରେ ଆଜି ପ୍ରଧାନଶିକ୍ଷକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲା। ଭିଜିଲାନ୍ସ କର୍ମଚାରୀମାନେ ଘଟଣାସ୍ଥଳରୁ ୫୦୦୦ ଟଙ୍କା ଜବତ କରିଥିଲେ। ଏହା ପରେ ଭିଜିଲାନ୍ସ ବିଭାଗ ପ୍ରଧାନଶିକ୍ଷକଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିବା ଜଣାପଡିଛି । ଏଥି ସହିତ ଏକ ମାମଲା ରୁଜୁ କରିଛି।






More Stories
୨୮ ଯାଏଁ ଝଡ଼ବର୍ଷା…..
ଜଳିଗଲା ବସ୍….
ବଦଳିଲେ ଏସ୍ସିବି ଡିନ୍ ଓ ଅଧୀକ୍ଷକ…..