Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ୨ ପୋଲିସ ଅଧିକାରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନାର ୨ ଜଣ ପୋଲିସ ଅଧିକାରୀ। ସେମାନେ ହେଉଛନ୍ତି ପ୍ରୋବେସନାରୀ ସବ୍‌-ଇନ୍ସପେକ୍ଟର (ପିଏସ୍‌ଆଇ) ରଘୁନାଥ ହାଁସନା ଓ ଏଏସ୍‌ଆଇ ଶିବ ପ୍ରସାଦ ଦଳେଇ। ଏକ ଜବତ ବାଇକ୍‌କୁ ଛାଡ଼ିଦେବା ପାଇଁ ୨ ପୋଲିସ ଅଧିକାରୀ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପିଏସ୍‌ଆଇ ରଘୁନାଥ ହାଁସଦାଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ଶ୍ରୀ ଦଳେଇ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ଧରିଥିଲା। ସେମାନଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।ଲାଞ୍ଚ ନେଇ ଧରାପଡ଼ିବା ପରେ ପିଏସ୍‌ଆଇ ରଘୁନାଥ ହାଁସଦା ଓ ଏଏସ୍‌ଆଇ ଶିବ ପ୍ରସାଦ ଦଳେଇଙ୍କ ଦୁଇଟି ଲେଖାଏଁ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେମାନେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଛି।

Breaking News