ରିପୋର୍ଟ କାର୍ଡ / ବ୍ରହ୍ମପୁର
ରାଜ୍ୟରେ ଅସାଧୁ ଆଉ ଦୁର୍ନୀତି ଗ୍ରସ୍ତ ସରକାରୀ ଅଫିସରଙ୍କ ସଂଖ୍ୟା ବଢି ଚାଲିଛି | ପ୍ରତେକ ଦିନ କିଏନା କିଏ ସରକାରୀ ବାବୁ ଭିଜିଲାନ୍ସ ହାତରେ ଧାରା ପଡୁଛନ୍ତି | ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନ୍ସନ୍ କରାଇ ଦେବା ପାଇଁ ଲାଞ୍ଚ ନେବା ବେଳେ ଦୁଇ ଜଣ ଜୁନିଅର ଆସିଷ୍ଟାଣ୍ଟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଦୁଇ ସରକାରୀ ବାବୁ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ୍ର ସୁଶୀଲ କୁମାର ପଟ୍ଟନାୟକ ଓ ଆସିକା ବ୍ଲକ୍ ଜୟପୁର ହାଇସ୍କୁଲ୍ର ପ୍ରଦୀପ କୁମାର ମହାନ୍ତି। ସୂଚନା ଅନୁସାରେ- ଜୟପୁର ହାଇସ୍କୁଲ୍ରେ ଲ୍ୟାବ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା କାଳୀଚରଣ ପାଣିଗ୍ରାହୀ ଗତ ମେ’ ମାସରେ ଅବସର ଗ୍ରହଣ କରିଥିଲେ। ପେନ୍ସନ୍ କରାଇ ଦେବା ପାଇଁ ସେ ସ୍କୁଲ୍ର ଜୁନିଅର ଆସିଷ୍ଟାଣ୍ଟ ପ୍ରଦୀପ କୁମାର ମହାନ୍ତିଙ୍କ ନିକଟକୁ ଯାଇଥିଲେ। ଏହି କାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର ଆସିଷ୍ଟାଣ୍ଟ ସୁଶୀଲ କୁମାର ପଟ୍ଟନାୟକଙ୍କ ଦ୍ୱାରା ହେବ ବୋଲି କହିବା ସହିତ ପ୍ରଦୀପ ୧୦ ହଜାର ଟଙ୍କା ମାଗିଥିଲେ।ଘଟଣା ସଂପର୍କରେ କାଳୀଚରଣ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ କାଳୀଚରଣ ବ୍ରହ୍ମପୁର ଡିଇଓ ଅଫିସ୍କୁ ଆସିଥିଲେ। ସେଠାରେ ପ୍ରଦୀପ ମଧ୍ୟ ଉପସ୍ଥିତ ଥିଲେ। ସୁଶୀଲ ଓ ପ୍ରଦୀପ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ସେମାନଙ୍କୁ ଧରିଥିଲେ। ଭିଜିଲାନ୍ସ ସୁଶୀଲଙ୍କ ପାଖରୁ ୭୦୦୦ ଟଙ୍କା ଓ ପ୍ରଦୀପଙ୍କ ପାଖରୁ ୩୦୦୦ ଟଙ୍କା ଜବତ କରିଥିବା ସୂଚନା ମିଳିଛି |






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..