ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ଅଫିସର ସେକ୍ସନ ଅଫିସର ଜନ୍ ୱିଲିୟମ ବରାଳ। ଜମିଜମା ସଂକ୍ରାନ୍ତୀୟ କିଛି କାଗଜପତ୍ର ପାଇଁ ତହସିଲ ଅଫିସରେ ଆବେଦନ କରିଥିଲେ କଷଣଅଣ୍ଟା ଗାଁରେ ବିଘ୍ନେଶ ଦାସ। ତେବେ ସେଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସେକ୍ସନ ଅଫିସର ଜନ୍ ୱିଲିୟମ ବରାଳ। ଏନେଇ ବିଘ୍ନେଶ ଦାସ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ପ୍ରକାରେ ଆଜି ବିଘ୍ନେଶ ଦାସ ସେକ୍ସନ ଅଫିସର ଜନ୍ ୱିଲିୟମ ବରାଳଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଜନ୍ ୱିଲିୟମ ବରାଳ ଲାଞ୍ଚ ଅର୍ଥ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……