ରିପୋର୍ଟ କାର୍ଡ / ରାୟଗଡ଼ା
ଜନସ୍ବାସ୍ଥ୍ୟ ବିଭାଗର ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ଲାଞ୍ଚ ନେଇ ଭିଜିଲାନସ ହାତରେ ଧରାପଡ଼ିଛନ୍ତି | ଆଗରୁ ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । କିନ୍ତୁ ଆଜି ୭ ହଜାର ଟଂକା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଜୟପୁର ଭିଜିଲାନ୍ସ ଏସପିଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଏସପି ଅରୁଣ କୁମାର ମହାନ୍ତିଙ୍କ ନେତୃତ୍ବରେ ରାୟଗଡା ଭିଜିଲାନ୍ସ ବିଭାଗ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ଜଣେ ଠିକାଦାର ସୁମନ୍ତ ପରିଡା ପାଣି ପମ୍ପ ନିକଟରେ ଥିବା ପମ୍ପଗୁଡିକ ଖରାପ ହୋଇଥିବାରୁ ଏହାକୁ ମରାମତି କରିଥିଲେ। ଏହି ମରାମତିର ଏଷ୍ଟିମେଟ କରିବା ସହ ଏଗ୍ରିମେଣ୍ଟ କରିବା ପାଇଁ ବାରମ୍ବାର ଜନସ୍ବାସ୍ଥ୍ୟ ବିଭାଗର ଏଷ୍ଟିମେଟର ଶ୍ରୀ ମଲ୍ଲିକଙ୍କ ପାଖକୁ ଯାଉଥିଲେ। ଏଷ୍ଟିମେଟ କରିବା ପାଇଁ ଶ୍ରୀ ମଲ୍ଲିକ ସୁମନ୍ତ ପରିଡାଙ୍କୁ ୭ ହଜାର ଟଂକା ମାଗିଥିଲେ। ସୁମନ୍ତ ତୁରନ୍ତ ଭିଜିଲାନ୍ସ ବିଭାଗ ନିକଟରେ ଏନେଇ କେଶ ରୁଜୁ କରିଥିଲେ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭିଜିଲାନ୍ସ ଆଜି ମାଡିବସିଥିଲା।






More Stories
ରତ୍ନଭଣ୍ଡାର ଗଣତି ବୈଠକ…..
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..