ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି | ଭୁବନେଶ୍ୱର,ବ୍ରହ୍ମପୁରରେ ଥିବା ଘର ଓ ଅଫିସ୍ ସମେତ ୮ ସ୍ଥାନରେ ଚଢ଼ାଉ କରାଯାଇଛି। ପ୍ରଶାନ୍ତଙ୍କ ନିଜ ଘର, ପୈତୃକ ଘର, ଅଫିସ କାର୍ଯ୍ୟାୟଳ ଓ ସମ୍ପର୍କୀୟ ଘରେ ମଧ୍ୟ ଏହି ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ବେଳେ ସୁନା ଅଳଙ୍କାର ଓ ସମ୍ପତି ଜବତ କରାଯାଇଛି। ପ୍ରଶାନ୍ତଙ୍କର ଭୁବନେଶ୍ୱରର ବରଗଡ଼ ଅଞ୍ଚଳରେ ଗୋଟିଏ ଆପାଣ୍ଟମେଣ୍ଟ ଥିବା ବେଳେ ବ୍ରହ୍ମପୁରରେ ଗୋଟିଏ ଆପାଣ୍ଟମେଣ୍ଟ ରହିଛି । ସେହିପରି ଭୁବନେଶ୍ୱରରେ ୩ଟି ବିଲ୍ଡିଂ ଥିବା ଜଣାପଡ଼ିଛି। ଏଡି ଚଢ଼ାଉରେ ଭିଜିଲାନ୍ସର ୮ଜଣ ଡିଏସପି, ୫ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସ ବିଭାଗର ଅନ୍ୟଅଧିକାରୀ ସାମିଲ ହୋଇଛନ୍ତି।






More Stories
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..