Report Card Odisha

| Daily Odia News

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ….

ରିପୋର୍ଟ କାର୍ଡ / କଟକ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡି କରିଛି | ଆଜି ସକାଳୁ ପ୍ରଭାତ ରାଉତଙ୍କ ଘରେ ଭିଜିଲାନ୍ସ ଟିମ ପହଂଚିଥିଲେ । ଶ୍ରୀରାଉତଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି । କେନ୍ଦ୍ରାପଡ଼ାସ୍ଥିତ ପୈତୃକ ଘର, ବାରଙ୍ଗ ଘର, ଡମପଡ଼ା ଅଫିସ୍‌ ଓ ଚୌଦ୍ୱାର ହାଉସିଂ ବୋର୍ଡ କଲୋନୀରେ ଥିବା ଯନ୍ତ୍ରୀଙ୍କ ଭାଇ ଘରେ ମଧ୍ୟ ରେଡ୍ ଚାଲିଛି। । ୧୦ ଇନ୍ସପେକ୍ଟର, ୪ ଡିଏପ୍‌ସି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ସମୟରେ ପ୍ରଭାତ ରାଉତ ଓ ତାଙ୍କ ପତ୍ନୀଙ୍କ ନାଁରେ ୨୦ଟି ବ୍ୟାଙ୍କ ଆକାଉଣ୍ଟ ଥିବା ସୂଚନା ମିଳିଛି। ସେଭିଙ୍ଗ ଆକାଉଣ୍ଟରେ ୩୫ ଲକ୍ଷ ୪୮ ହଜାର ୮୩୨ ଟଙ୍କା ରହିଛି। ଏହାବାଦ ୮ ଲକ୍ଷ ୨୯ ହଜାର ୫୦୦ ଟଙ୍କାର ବୀମା କାଗଜପତ୍ର ମିଳିଛି। ଚଢ଼ାଉ ଶେଷ ହୋଇ ନ ଥିବାରୁ ସମସ୍ତ ସମ୍ପତ୍ତିର ଠିକ୍‌ ଭାବେ ଆକଳନ ହୋଇପାରିନି। ଚଢ଼ାଉ ଶେଷ ହେବା ପରେ ଏ ସମ୍ପର୍କରେ ଭିଜିଲାନ୍ସ ଅଧିକାରୀ ସୂଚନା ଦେବେ ବୋଲି ଜଣାଯାଇଛି।

 

Breaking News