ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେ ସମସ୍ତେ ଶିବସେନାରେ ଅଛୁ ଏବଂ ଆମେ ଖୁବଶୀଘ୍ର ମୁମ୍ବାଇ ଫେରିବୁ। ଏନେଇ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଗଣମାଧ୍ୟମକୁ କହିଛନ୍ତି | ଜୁନ୍ ୨୨ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସିନ୍ଦେ କହିଛନ୍ତି, ସମସ୍ତ ବିଧାୟକ ଖୁବ୍ ଶୀଘ୍ର ମୁମ୍ବାଇ ଯିବେ। ସିନ୍ଦେଙ୍କ ଏହି ବୟାନ ପରେ ବିଧାୟକମାନେ ୩୦ ତାରିଖ ଦିନ ମୁମ୍ବାଇରେ ପହଞ୍ଚିବେ ଏବଂ ସେହିଦିନ ହିଁ ବିଧାନସଭାରେ ଶକ୍ତି ପରୀକ୍ଷା ହେବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ବିଦ୍ରୋହୀ ଗୋଷ୍ଠୀର ୨୦ ବିଧାୟକ ଠାକ୍ରେ ଗୋଷ୍ଠୀ ସହ ଯୋଗାଯୋଗରେ ଥିବା ଦାବିକୁ ସିନ୍ଦେ ଖଣ୍ଡନ କରିଛନ୍ତି। ଗୌହାଟୀ ହୋଟେଲ ବାହାରେ ସାମ୍ବାଦିକଙ୍କୁ ସୂଚନା ଦେଇ ସିନ୍ଦେ କହିଛନ୍ତି, ଏଠାରେ ଶିବସେନା ବିଧାୟକମାନେ ଅଛନ୍ତି। ସେମାନେ ସମସ୍ତେ ଖୁସି ଅଛନ୍ତି ଏବଂ ଏକାଠି ଅଛନ୍ତି। ହିନ୍ଦୁତ୍ବକୁ ଆଗକୁ ନେବାପାଇଁ ନିଜ ଇଚ୍ଛାରେ ଏଠାକୁ ଆସିଛନ୍ତି। କେହି ସେମାନଙ୍କୁ ବଳପୂର୍ବକ ଆଣିନାହାନ୍ତି। ବରିଷ୍ଠ ସେନା ନେତାମାନେ ଦାବି କରୁଛନ୍ତି ଯେ ଗୌହାଟୀ ହୋଟେଲରେ ଥିବା ୨୦ ବିଧାୟକ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ମହାରାଷ୍ଟ୍ର ଫେରିଯିବାକୁ ଚାହୁଛନ୍ତି। ତେବେ କେଉଁ ବିଧାୟକମାନେ ଠାକରେ ଗୋଷ୍ଠୀ ସହ ଯୋଗାଯୋଗରେ ଅଛନ୍ତି ସେମାନଙ୍କ ନାଁ ସେ ପ୍ରଘଟ କରନ୍ତୁ ବୋଲି ସିନ୍ଦେ କହିଛନ୍ତି। ସିନ୍ଦେ ମଧ୍ୟ ତାଙ୍କ ସହ ୫୦ ବିଧାୟକଙ୍କ ସମର୍ଥନ ଥିବା କହିଛନ୍ତି। ସିନ୍ଦେ କହିଛନ୍ତି, ଚିନ୍ତା କରିବାର କିଛି ନାହିଁ। ଆମେମାନେ ଖୁବ୍ଶୀଘ୍ର ମୁମ୍ବାଇ ଯିବୁ ଏବଂ ଏକାଠି ଯିବୁ।






More Stories
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……
ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ…..
ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା…..