Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟଯନ୍ତ୍ରୀ ତଥା ମୁଖ୍ୟ ଇଲେକ୍ଟ୍ରିକାଲ୍ ନିରୀକ୍ଷକ ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ  ରେଡ଼ କରିଛି | ଆଜି ଭିଜିଲାନ୍ସ ଟିମ ସମ୍ବଲପୁରରେ ଥିବା ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଥିବା ସୂଚନା ମିଳିଛି | ସମ୍ବଲପୁର ଜଗନ୍ନାଥ କଲୋନୀ ସ୍ଥିତ କାର୍ଯ୍ୟାଳୟ, ସମ୍ବଲପୁର ଗ୍ରୀନ୍ପାର୍କ ରେସିଡେନ୍ସିର ଫ୍ଲାଟ ନମ୍ବର ୨୦୧ ଓ ୨୦୩, ଭୁବନେଶ୍ବର ଖଣ୍ଡଗିରିର କସମୋପଲିସ ଫ୍ଲାଟ୍ ନମ୍ବର ଏଚ ୦୨୨ରେ ୪ଟି ଟିମ୍ ଚଢାଉ ଜାରି ରଖିଛି । ଏଥିରେ ୨ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁନୀଲ କୁମାର ପଣ୍ଡା । ସମ୍ବଲପୁର ଜଗନ୍ନାଥ କଲୋନୀ ସ୍ଥିତ କାର୍ଯ୍ୟାଳୟ, ସମ୍ବଲପୁର ଗ୍ରୀନ୍ପାର୍କ ରେସିଡେନ୍ସିର ଫ୍ଲାଟ ନମ୍ବର ୨୦୧ ଓ ୨୦୩, ଭୁବନେଶ୍ବର ଖଣ୍ଡଗିରିର କସମୋପଲିସ ଫ୍ଲାଟ୍ ନମ୍ବର ଏଚ ୦୨୨ରେ ୪ଟି ଟିମ୍ ଚଢାଉ ଜାରି ରଖିଛି । ଏଥିରେ ୨ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁନୀଲ କୁମାର ପଣ୍ଡା ।

Breaking News