ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ସରକାର ଚୀନର ଆଉ ୫୪ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ନିରାପତ୍ତା ପ୍ରତି ବିପଦ ଆଶଙ୍କା ଥିବା ରୁ ଭାରତରେ ୫୪ଟି ଚୀନା ଆପ୍କୁ କେନ୍ଦ୍ର ସରକାର ନିଷେଧ କରିବେ ବୋଲି ‘ଇଲେକ୍ଟ୍ରୋନିକ୍ସ୍ ଏବଂ ଆଇ.ଟି. ମନ୍ତ୍ରାଳୟର ବିଶେଷସୂତ୍ରରୁ ପ୍ରକାଶ ପାଇଛି । ନିଷେଧ ହେବାକୁ ଥିବା ଚୀନା ଆପ୍ଗୁଡ଼ିକ ମଧ୍ୟରେ ‘ବିୟୁଟି କ୍ୟାମେରା: ସୁଇଟ୍ ସେଲ୍ଫି ଏଚ୍ଡି’, ‘ବିୟୁଟି କ୍ୟାମେରା- ସେଲ୍ଫି କ୍ୟାମେରା’, ‘ଇକ୍ବାଲାଇଜର୍ ଆଣ୍ଡ୍ ବାସ୍ ବୁଷ୍ଟର୍’, ‘କ୍ୟାମ୍କାର୍ଡ ଫର୍ ସେଲ୍ସ୍ ଫୋର୍ସ ଇଏନ୍ଟ୍’. ‘ଆଇସୋଲାଣ୍ଡ୍ ୨: ଆସେସ୍ ଅଫ୍ ଟାଇମ୍ ଲାଇଟ୍’, ‘ଭିଭା ଭିଡିଓ ଏଡିଟର୍’, ‘ଟେନ୍ସେଣ୍ଟ୍ ଚିଭିୟର୍’, ‘ଅନ୍ମିଓଜି ଚେସ୍’, ‘ଅନ୍ଜିଓଜି ଆରେନା’, ‘ଆପ୍ଲକ୍’ ଏବଂ ‘ଡୁଆଲ୍ ସ୍ପେସ୍ ଲାଇଟ୍’। ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୦ରୁ ଭାରତ ସରକାର ଲୋକପ୍ରିୟ ଆପ୍ ‘ଟିକ୍ଟକ୍’, ‘ସେୟାର୍ଇଟ୍’, ‘ୱିଚାଟ୍’, ‘ହେଲୋ’, ‘ଲାଇକି’, ‘ୟୁସି ନିଉଜ୍’, ‘ବିଗୋ ଲାଇଭ୍’, ‘ୟୁସ ବ୍ରାଉଜର୍’, ‘ଇଏସ୍ ଫାଇଲ୍ ଏକ୍ସପ୍ଲୋରର୍’ ଏବଂ ‘ମି କମ୍ୟୁନିଟି’ ସମେତ ପ୍ରାୟ ୨୨୪ଟି ଚୀନା ଆପ୍ ନିଷିଦ୍ଧ କରିଛନ୍ତି। ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ଯେ, ତାଲିକାଭୁକ୍ତ ୫୪ଟି ଆପ୍ରେ ରହିଛି ପୂର୍ବରୁ ଭାରତ ସରକାର ନିଷିଦ୍ଧ କରିଥିବା କେତୋଟି ଆପ୍। କିନ୍ତୁ, ସେଗୁଡ଼ିକର ନାମ ପରିବର୍ତ୍ତନ କରାଯାଇ ପୁନଃପ୍ରଚଳନ କରାଯାଇଛି। ସନ୍ଧାନ ନିଆଯାଇ ପୁନର୍ବାର ଉକ୍ତ ଆପ୍ଗୁଡ଼ିକୁ ନିଷେଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜନସାଧାରଣଙ୍କ ଅବଗତି ନିମନ୍ତେ ‘ଇଲେକ୍ଟ୍ରୋନିକ୍ସ୍ ଏବଂ ଆଇ.ଟି. ମନ୍ତ୍ରାଳୟ’ ଖୁବ୍ ଶୀଘ୍ର ନିଷିଦ୍ଧ ଆପ୍ଗୁଡ଼ିକର ପୂର୍ଣ୍ଣ ତାଲିକା ପ୍ରକାଶ କରିବ।
More Stories
ଅଲଗା ହେଲେ ୟୁଜବେନ୍ଦ୍ର ଓ ଧନଶ୍ରୀ….
ବସ୍ ଜଳି ୪ଜଣଙ୍କ ମୃତ୍ୟୁ,ଡ୍ରାଇଭର ରଚିଥିଲା ଷଡ଼ଯନ୍ତ୍ର….
ଟି-ଶର୍ଟ ଖୋଲିକି ଆସିଲେ ସଂସଦ ଚାଲିବ:ଓମ ବିର୍ଲା…..