Report Card Odisha

| Daily Odia News

ବିରାଟ କୋହଲି ଙ୍କୁ କ୍ୟାପଟେନ ପଦରୁ ହଟାଇଲା ବିସିସିଆଇ…….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟିମ୍ ଇଣ୍ଡିଆର ଅଧିନାୟକ ପରିବର୍ତ୍ତନ ହୋଇଛି । କ୍ରିକେଟରେ ରୋହିତ ଶର୍ମାଙ୍କୁ ଭାରତୀୟ ଦଳର ନୂତନ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ହୋଇଛନ୍ତି ଦଳର ଅଧିନାୟକ | କିନ୍ତୁ ବିରାଟ ନିଜ ପଦରୁ ଇସ୍ତଫା ଦେଇନାହାନ୍ତି ବରଂ ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି । ଆଗକୁ ଟି-୨୦ ବିଶ୍ୱକପ ଏବଂ ଦିନିକିଆ ବିଶ୍ୱକପ୍ ଥିବାରୁ ଦଳକୁ ସଜାଡିବାକୁ ବିସିସିଆଇ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ପୂର୍ବତନ କ୍ୟାପଟେନ ବିରାଟ କୋହଲଙ୍କି ନେତୃତ୍ୱରେ ଦଳ ସର୍ବାଧିକ ମ୍ୟାଚ ବିଜୟୀ ହୋଇଛି । ହେଲେ ଏଯାବତ ବିରାଟଙ୍କ ନେତୃତ୍ୱରେ ଦଳ ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଥିଲା । ଯେଉଁଥିପାଇଁ କ୍ରିକେଟ ବୋର୍ଡ ତାଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଚିନ୍ତା କରିଥିଲା । ବିରାଟ କିନ୍ତୁ ଚିନ୍ତା କରିଥିଲେ ସେ ୨୦୨୩ ବିଶ୍ୱକପ ଯାଏଁ ଦଳର ନେତୃତ୍ୱ ନେବେ । ହେଲେ ବିସିସିଆଇ କିନ୍ତୁ ଆଉ କିଛି ନୂଆ ଚିନ୍ତା କରିଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିସିସିଆଇ ବିରାଟଙ୍କୁ ଅଧିନାୟକ ପଦ ଛାଡିବାକୁ କହିଥିଲା । ଏଥିପାଇଁ ୪୮ ଘଂଟାର ମହଲତ ଦେଇଥିଲା । ହେଲେ ବିରାଟ କୋହଲି ଏହି ଅବଧି ମଧ୍ୟରେ କୌଣସି ନିଷ୍ପତି ନେଇନଥିଲେ । ବିରାଟ କୋହଲି ସାଢେ ୪ ବର୍ଷ ହେବ ଦଳର ନେତୃତ୍ୱ ନେଉଥିଲେ । ବିସିସିଆଇ ଚାହୁଁଥିଲା ବିରାଟ ସମ୍ନାନଜନକ ଭାବରେ ଅଧିନାୟକ ପଦରୁ ଓହରିଯାନ୍ତୁ । କିନ୍ତୁ କୋହଲି ବୋର୍ଡର କଥା ମାନିନଥିବା ଜଣାପଡିଛି । ତେଣୁ ବୋର୍ଡ ବାଧ୍ୟ ହୋଇ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦେଲା ବୋଲି ସୂଚନା ରହିଛି । କ୍ୟାପଟନେ ଭାବରେ ବିରାଟ କୋହିଲ ଦଳକୁ ଅନେକ ମ୍ୟାଚ ଜିତାଇଛନ୍ତି । କିନ୍ତୁ ସେ ଆଇସିସି ଟ୍ରଫି ଜିତାଇବାରେ ବିଫଳ ହୋଇଥିଲେ । ଯାହାକୁ ନେଇ ବିସିସିଆଇ ଚିନ୍ତିତ ଥିଲା । ୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୧୯ ବିଶ୍ୱକପ ଏବଂ ଚଳିତ ବର୍ଷ ଆୟୋଜିତ ହୋଇଥିବା ଟି-୨୦ ବିଶ୍ୱକପରେ ବିରାଟଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଫଳ ହୋଇଛି । ବିରାଟଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୯୫ଟି ମ୍ୟାଚରୁ ୬୫ଟି ମ୍ୟାଚରେ ବିଜୟୀ ହୋଇଛି । ଯାହାକି ସର୍ବକାଳୀନ ରେକର୍ଡ । ସେହିପରି ଟେଷ୍ଟ ସିରିଜରେ ଦଳ ୧୯ଟି ମ୍ୟାଚରୁ ୧୫ଟିରେ ବିଜୟୀ ହୋଇଛି । ସେହିପରି ଅଧିନାୟକ ପଦରେ ଥାଇ ବିରାଟ ୭୨.୬୫ ହାରରେ ୫ ହଜାର ୪୪୯ ରନ୍ କରିଥିଲେ । ଯେଉଁଥିରେ ୨୧ଟି ଶତକ ଏବଂ ୨୭ଟି ଅର୍ଦ୍ଦ ଶତକ ରହିଛି ।

Breaking News