ରିପୋର୍ଟ କାର୍ଡ / ଭୁବନେଶ୍ୱର
ମମିତା ମେହେର ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚା ଆଜି ବିଶାଳ ସମାବେଶ କରିଛି। ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ପୋଲିସ୍ ବ୍ୟାରିକେଡ୍ କରି ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଛି। ଏହି ସମୟରେ ପୋଲିସ୍ ସହ ମୁହାଁମୁହିଁ ପରିସ୍ଥିତି ହୋଇଛି | ପ୍ରଥମ ବ୍ୟାରିକେଡକୁ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ପାଖରେ ଧାରଣା ଦେଇଥିଲା ବିଜେପି। ବିଜେପି କର୍ମୀଙ୍କୁ ଗିରଫ କଲା ବେଳେ ପୋଲିସ ସହ ଠେଲାପେଲା ହୋଇଥିଲା। ଏହାପରେ ପୋଲିସ ବସ୍କୁ ଉତ୍ତ୍ୟକ୍ତ ବିଜେପି କର୍ମୀ ଭଂଗାରୁଜା କରିଥିଲେ। ପୋଲିସ ଗାଡ଼ି ଭାଙ୍ଗିବା ସହ ପୋଲିସ ଉପରକୁ ଢେଲାପଥର ମାଡ଼ ହୋଇଥିଲା। ବିଜେପି କର୍ମୀଙ୍କୁ ଘଉଡ଼ାଇବା ପାଇଁ ପୋଲିସର ଲାଠି ମାଡ଼ ହୋଇଥିଲା। ବିଜେପି ମମିତା ମେହେର ହତ୍ୟାର ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି।






More Stories
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….