ରିପୋର୍ଟ କାର୍ଡ / କଟକ
ଗୋବିନ୍ଦ ପୁର ମହାବିଦ୍ୟାଳୟର ଦୁଇଦିନିଆ ନ୍ୟାକ ପରିଦର୍ଶନ ମଣ୍ଡଳୀର ମାନ୍ୟତା ଯାଞ୍ଚ ଓ ପ୍ରଦାନ ପ୍ରକ୍ରିୟା ଗତ ୨୦ ଓ ୨୧ ତାରିଖରେ ସମାପ୍ତ ହୋଇଯାଇଛି | ଏହି ଦୁଇଦିନ ବ୍ୟାପି ଯାଞ୍ଚ ଓ ତନଖି କାର୍ଯ୍ୟର ମୂଲ୍ୟାୟନ କମିଟିର ମୁଖ୍ୟ ଅଧକ୍ଷ ଭାବରେ ପ୍ରାକ୍ତନ ପ୍ରଫେସର କେ. ସବୁକେତନ, ମହାତ୍ମାଗାନ୍ଧୀ ବିଶ୍ୱବିଦ୍ୟାଳୟ କେରଳ, ସଦସ୍ୟ ସଂଯୋଜକ ଭାବରେ ଡ. ନଙ୍ଗୋମଇଥେମି ରାଜେନ୍ଦ୍ର ସିଂ କାର୍ଯ୍ୟରତ ପ୍ରାଧ୍ୟାପକ, ମିଜୁରାମ ବିଶ୍ୱବିଦ୍ୟାଳୟ, ମିଜୁରାମ ଏବଂ ଡ଼ ସୁବାଷ ଭଡ଼ଗଗ, ଅବସରପ୍ରାପ୍ତ ଅଧକ୍ଷ ଶ୍ରୀ ଶିବାଜୀ କଳା ବାଣିଜ୍ୟ ଓ ବିଜ୍ଞାନ ମହାବିଦ୍ୟାଳୟ ଅକୋଲା, ମହାରାଷ୍ଟ୍ର ପିଆର ବା ମୂଲ୍ୟାଙ୍କନ ଦଳର ସଦସ୍ୟ ଭାବରେ ମହାବିଦ୍ୟାଳୟର ପରିଦର୍ଶନରେ ଆସିଥିଲେ | ସେମାନଙ୍କୁ ମହାବିଦ୍ୟାଳୟର ଅଧକ୍ଷ ଡ଼ ଗଗନ ବେଉରା, ଅନ୍ତର୍ନିହିତ ଗୁଣ ନିଶ୍ଚିତକରଣ ସେଲର ସଂଯୋଜକ ଶ୍ରୀ ଶୁଭଙ୍କର ମହାନ୍ତି, ଉପ-ସଂଯୋଜକ ଡ଼ ରତନ୍ନକର ରାୟ, ସହ-ସଂଯୋଜକ ଶ୍ରୀ ପ୍ରଦୀପ୍ତ କୁମାର ପଣ୍ଡାଙ୍କ ସହ ପୂର୍ବତନ ସମ୍ପାଦକ ଶ୍ରୀ କାଳିନ୍ଦୀ ଚରଣ ପାଇକରାୟ ଓ ପ୍ରାକ୍ତନ ସଭାପତି ଶ୍ରୀ ଦିଜବର ସାଠୁଆ, ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ପ୍ରାକ୍ତନ ଛାତ୍ରଛାତ୍ରୀ, ଅଭିଭାବକ, ଅଞ୍ଚଳର ବୁଦ୍ଧିଜୀବି ଓ ଶିକ୍ଷାବିତମାନେ ଓ ସାଧାରଣ ନାଗରିକ ସମୂହ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ | ପରବର୍ତ୍ତୀ ସମୟରେ କାର୍ଯ୍ୟସୂଚୀ ଓ ବିଷୟ ସୂଚୀ ଅନୁଯାୟୀ ତାଙ୍କର ନ୍ୟାକ ମାନ୍ୟତା ପ୍ରଦାନ ନିମନ୍ତେ ପ୍ରତ୍ୟକ ପରୀକ୍ଷଣ କାର୍ଯ୍ୟ ସାତୋଟି ମାନଦଣ୍ଡ ଅନୁଯାୟୀ ଆରମ୍ଭ କରିଥିଲେ | ମହାବିଦ୍ୟାଳୟର ଭିତ୍ତିଭୂମି ଠାରୁ ଆରମ୍ଭ କରି ପ୍ରଶାସନିକ, ଆର୍ଥିକ ଅବସ୍ଥା ଓ ପରିଚାଳନା ସହ ଶିକ୍ଷାର ମାନବୃଦ୍ଧି,ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଓ ଶିକ୍ଷା ପ୍ରଣାଳୀର ଉନ୍ନତିକରଣ, ତାଙ୍କର ସୁବିଧା ଓ କର୍ମ ନିଯୁକ୍ତିର ସମ୍ଭାବନା ସହ ସାମାଜିକ ଦାଇତ୍ୱବୋଧର ପରୀକ୍ଷଣ ଓ ପ୍ରତ୍ୟକ୍ଷ ବାର୍ତ୍ତାଳାପ କରିଥିଲେ | ବହୁ କ୍ଷେତ୍ରରେ ଅତ୍ୟନ୍ତ ସନ୍ତୁଷ୍ଟ ପ୍ରକାଶ କରି ସାଧୁବାଦ ପ୍ରଦାନ କରିଥିଲେ ଓ ଅନେକ କ୍ଷେତ୍ରରେ ଦ୍ରୁତ ପ୍ରଗତୀର ଆବଶ୍ୟକତାକୁ ପ୍ରଧ୍ୟାନ୍ୟତା ଦେଇଥିଲେ | ଦୁଇ ଦିନିଆ ନ୍ୟାକ ପରିଦର୍ଶନର ପ୍ରଥମ ଦିନ ଶେଷ ଭାଗରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପିଲାମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା | ଶେଷ ସନ୍ଧ୍ୟାରେ ଏକ ପ୍ରସ୍ଥାନ ସଭା ମାଧ୍ୟମରେ କମିଟି ମହାବିଦ୍ୟାଳୟକୁ ମାନ୍ୟତା ପ୍ରଦାନ ସୁନିଶ୍ଚିତ କରି ସମୂହ ଜାତୀୟ ସଂଗୀତ ଗାନ କରାଯାଇଥିଲା | କଲେଜ କର୍ତ୍ତୃପକ୍ଷ ନ୍ୟାକ କାଉନ୍ସିଲ, ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ କମିଶନ, ଭାରତ ସରକାର ଓ ନ୍ୟାକ ପ୍ରେରିତ ଟିମର ସମସ୍ତ ସଦସ୍ୟଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଥିଲେ |






More Stories
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..