ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୀରେଶ କୁମାର ଭାୱରା ହେଲେ ପଞ୍ଜାବର ପୋଲିସ୍ ମହାନିର୍ଦ୍ଦେଶକ | ୟୁପିଏସସି ସୁପାରିସ କରିଥିବା ୩ ଆଇପିଏସଙ୍କ ମଧ୍ୟରୁ ଭାୱରାଙ୍କୁ ନିଯୁକ୍ତି ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିକୁ ନେଇ ହଇଚଇ ପରେ ନୂଆ ନିଯୁକ୍ତି । ସିଦ୍ଧାର୍ଥ ଚଟୋପାଧ୍ୟାଙ୍କ ସ୍ଥାନରେ ଏବେ ଡିଜିପି ଦାୟିତ୍ୱ ତୁଲାଇବେ ବୀରେଶ କୁମାର ଭାୱରା । ପଞ୍ଜାବରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ଚରଣଜୀତ ସିଂହ ଚନ୍ନୀଙ୍କ ସରକାର ଡିଜିପି ସିଦ୍ଧାର୍ଥ ଚଟୋପାଧ୍ୟୟଙ୍କୁ ପଦରୁ ହଟାଇଛି । ତାଙ୍କ ସ୍ଥାନରେ ଆଇପିଏସ ଅଧିକାରୀ ବିକେ ଭାବରାଙ୍କୁ ରାଜ୍ୟର ନୂଆ ଡିଜିପି ଭାବରେ ନିଯୁକ୍ତ କରାଯାଇଛି । ଏନେଇ ସରକାରଙ୍କ ତରଫରୁ କୁହାଯାଇଛି ଯେ ପଞ୍ଜାବରେ ନିର୍ବାଚନ ଆଚରଣ ବିଧି ଲାଗିବା ପୂର୍ବରୁ ହିଁ ପଞ୍ଜାବ ସରକାର ୟୁପିଏସସି ପ୍ୟାନେଲକୁ ଆଇପିଏସ ଅଫିସରଙ୍କ ନାମ ସୁପାରିଶ କରିଥିଲେ । ଏଥିରେ ବିକେ ଭାୱରାଙ୍କ ନାମକୁ ନୂଆ ଡିଜିପି ଭାବରେ ବଛାଯାଇଥିଲା । ବିକେ ଭାୱାରା ୧୯୮୭ ବ୍ୟାଚର ଆଇପିଏସ । ପୂର୍ବରୁ ସେ ଭିଜିଲାନ୍ସର ମୁଖ୍ୟ ଭାବରେ ମଧ୍ୟ କାମ କରିସାରିଛନ୍ତି ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……