ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନରେ ଆଇଏସ୍ଆଇର ଶରଣରେ ଥିବା ଖାଲିସ୍ତାନ ଆତଙ୍କବାଦୀ କମାଣ୍ଡୋ ପରମଜିତ୍ ସିଙ୍କୁ ଗୁଳି କରି ହତ୍ୟା | ସେ ଖାଲିସ୍ତାନ କମାଣ୍ଡୋ ଫୋର୍ସ ନାମକ ଆତଙ୍କବାଦୀ ସଂସ୍ଥାର କମାଣ୍ଡୋ ମୁଖ୍ୟ ଥିଲା। ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଏବଂ ହିରୋଇନ୍ ସହ ନିଶା ଦ୍ରବ୍ୟ ଚୋରା କାରବାରରୁ ସେ ଅର୍ଥ ସଂଗ୍ରହ କରୁଥିଲା । ଭାରତ ବିରୋଧରେ ତାକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ସମର୍ଥନ ମିଳୁଥିଲା । ତାକୁ ପାକିସ୍ତାନରେ ଥିବା ଜୋହର ନାମକ ସହରରେ ଦୁଇ ଜଣ ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି । ତାକୁ ସୁରକ୍ଷା ଦେଉଥିବା ବନ୍ଧୁକଧାରୀ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛି । ଡ୍ରୋନ ସାହାଯ୍ୟରେ ସେ ଭାରତ ସୀମା ଭିତରକୁ ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରୁ ଚୋରା ଅସ୍ତ୍ରଶସ୍ତ୍ର ସହ ନିଶାଦ୍ରବ୍ୟ ଚାଲାଣ କରୁଥିଲା । ୧୯୯୦ରୁ ସେ ଏହି କାମରେ ଲିପ୍ତ ଥିଲା । ଏହା ସହ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରୁ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ଶିଖ୍ ଯୁବକଙ୍କୁ ପ୍ରବର୍ତ୍ତାଉଥିଲା । ପାକିସ୍ତାନ ସରକାର ପରମଜିତ୍ ପାକିସ୍ତାନରେ ନାହିଁ ବୋଲି ବାରମ୍ବାର କହୁଥିଲେ । ତାର ସ୍ତ୍ରୀ ଏବଂ ପିଲାମାନେ ଜର୍ମାନରେ ଥିବା ବେଳେ ସେ ପାକିସ୍ତାନରେ ରହି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତରହିଥିବା ଜଣାପଡିଛି |






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..