Report Card Odisha

| Daily Odia News

ଠିକ ଦରଙ୍କୁ ଚେତାବନୀ,ଠିକ୍‌ ସମୟରେ କାମ ନସରିଲେ କାର୍ଯ୍ୟାନୁଷ୍ଠାନ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ମାଣାଧୀନ ଏକ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ କଡ଼ା ନିର୍ଦେଶ ଦେଇଛନ୍ତି। କ୍ୱାଲିଟିରେ କମ୍ପରମାଇଜ ନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସମୟ ସୀମା ସୁଦ୍ଧା କାମ ଶେଷ ନକଲେ ଦଣ୍ଡ ବିଧାନ ହେବ ବୋଲି କହିଛନ୍ତି। ପେନାଲଟି ହେବା ସହ ସରକାର ଅନ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ। ପ୍ରକଳ୍ପ କାମ ପାଇଁ ବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁରୁଣା ଡିଜାଇନ ସହ କିଛି ନୂଆ ଡିଜାଇନ କରାଯିବ। ଲିଙ୍ଗରାଜ ପ୍ରକଳ୍ପ ଓ ପୁରୀ ପ୍ରକଳ୍ପକୁ ବିଶ୍ବସ୍ତରୀୟ କରିବାକୁ ଉଦ୍ୟମ କରାଯିବ। ଏଥିପାଇଁ ଯାହା ଯାହା ଆବଶ୍ୟକ ତାହା କରାଯିବ। ଏ ନେଇ ଡ୍ରଇଂ ଡିଜାଇନ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ସମୀକ୍ଷା କରାଯିବ। ରାଜ୍ୟର ସମସ୍ତ ରୋଡ଼, ବ୍ରିଜ୍‌, ବିଲଡିଂ, ଜାତୀୟ ରାଜପଥ ପ୍ରକଳ୍ପ, ଓବିସିସି ପ୍ରକଳ୍ପ ନେଇ ମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ। ଶହେ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଥିଲେ। ପ୍ରକଳ୍ପର ସ୍ଥିତି ନେଇ ଆଲୋଚନା ହେବା ସହ ପ୍ରକଳ୍ପ ଶେଷ ସମୟ ସୀମା ମଧ୍ୟ ଧର୍ଯ୍ୟ କରାଯାଇଥିଲା। ‌ଶ୍ରୀ ହରିଚନ୍ଦନ କହିଛନ୍ତି, ପ୍ରକଳ୍ପରେ ସମସ୍ୟା ଅଛି, ସେ ନେଇ ଚର୍ଚ୍ଚା ହୋଇଥିଲା। ପୂର୍ବରୁ ଲମ୍ବା ସମୟ ଧରି ପ୍ରକଳ୍ପ କାମ ଚାଲୁଥିଲା। ବିଭାଗକୁ ଶୃଙ୍ଖଳିତ କରିବା ସହ ଅନ କିଛି ନିଷ୍ପତ୍ତି ହୋଇଥିଲା। ଲମ୍ବା ସମୟ ପାଇଁ ଭିତ୍ତିଭୂମି ଏବଂ ରୋଡ଼ ନେଟୱାର୍କକୁ ସୁଦୃଢ଼ କରିବାକୁ ବିସ୍ତୃତ ଆଲୋଚନା ହୋଇଥିଲା। ପୂର୍ତ୍ତମନ୍ତ୍ରୀଙ୍କ ଏହି ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ ସମସ୍ତ ଏଜେନସି ଏବଂ ଠିକାଦାରମାନେ ଉପସ୍ଥିତ ଥିଲେ।

Breaking News