ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଚାଲିଛି। ଭୋଟ୍ ଚାଲିଥିବା ବେଳେ ପଶ୍ଚିମଙ୍ଗବରେ ଶାସନ କ୍ଷମତାରେ ଥିବା ତୃଣ ମୂଳ କଂଗ୍ରେସ (ଟିଏମ୍ସି) ପଶ୍ଚିମବଙ୍ଗରେ ହିଂସା ପରିସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛି। ଟିଏମ୍ସିର କହିବା କଥା ହେଲା ବିଜେପି କର୍ମୀମାନେ ହିଂସା ପରିସ୍ଥିତି ସୃଷ୍ଟି କରାଉଛନ୍ତି। ଟିଏମ୍ସି ଆହୁରି ବି ଅଭିଯୋଗ ଆଣିଛି ଯେ ବିଜେପି କର୍ମୀମାନେ ମତଦାତାମାନଙ୍କୁ ଭୋଟ୍ ଦେବାକୁ ଧମକାଇ ଚାପ ପକାଉଛନ୍ତି। ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଲଗାତାର ତୃତୀୟ ଥର ପାଇଁ କାର୍ଯ୍ୟକାଳ ଚାହୁଁଥିବା ବେଳେ ସମସ୍ତ ଆଖି ତାମିଲନାଡୁ ଉପରେ, ଯେଉଁଠାରେ ସମସ୍ତ ୩୯ ଲୋକସଭା ଆସନ ପାଇଁ ଭୋଟ୍ ଚାଲିଛି। ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟାପକ ପ୍ରଚାର କରିଛନ୍ତି ଓ ଏଠାରେ ଭଲ ମତଦାନ ପାଇଁ ବିଜେପି ଆଶା ରଖିଛି। ଟିଏମ୍ସି ବିଜେପି ପ୍ରାର୍ଥୀ ନିସିଥ ପରମାନିକ୍ଙ୍କ ବିରୋଧରେ ନିର୍ବାଚନ ଆୟେଗାଙ୍କ ସମ୍ମୁଖରେ ଅଭିଯୋଗ ଆଣିଛି। ଟିଏମ୍ସି କହିଛି ଯେ ନିସିଥ କେନ୍ଦ୍ରର ବଳ ଆଞ୍ଚଳିକ ସ୍ତରରେ ପ୍ରୟୋଗ କରୁଛନ୍ତି। ସେ ନିଜ ପାଖରେ ଅସ୍ତ୍ରଶସ୍ତ୍ର ରଖିବା ସହ ଦୁର୍ବୃତ୍ତମାନଙ୍କୁ ନିଜ ଘରେ ଆଶ୍ରୟ ଦେଉଛନ୍ତି।






More Stories
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..