ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଦ୍ୱାରା ଗଠିତ ସ୍କୁଲ ଶିକ୍ଷକମାନଙ୍କ ପାଇଁ ସୋମବାର କଲିକତା ହାଇକୋର୍ଟ ୨୦୧୬ ନିଯୁକ୍ତି ପ୍ୟାନେଲକୁ ବାତିଲ କରି ଦେଇଛନ୍ତି। ଫଳରେ ପ୍ରାୟ ୨୬,୦୦୦ ଚାକିରି ଅବୈଧ ହୋଇଛି। ଏହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଏହି ପ୍ରସଂଗରେ କହିଛନ୍ତି ଯେ ‘‘ଶିକ୍ଷକ କିମ୍ବା କୌଣସି ସରକାରୀ କର୍ମଚାରୀଙ୍କ ନିକଟରୁ ବିଜେପି, ସିପିଏମ୍ କିମ୍ବା କଂଗ୍ରେସ ପାଇଁ ଗୋଟାଏ ବି ଭୋଟ୍ ମିଳିବ ନାହିଁ। ବିଜେପି କୋର୍ଟକୁ କିଣିଦେଇଛି। ବିଜେପି ହାଇକୋର୍ଟକୁ କିଣିଦେଇଛି ସତ, ସୁପ୍ରିମ୍କୋର୍ଟକୁ ନୁହେଁ। ମୁଁ ଆଶା ରଖିଛି ଯେ ସୁପ୍ରିମ୍କୋର୍ଟରୁ ନ୍ୟାୟ ପାଇବି।’’ ଦିଦି କହିଛନ୍ତି ଯେ ‘‘ବିଜେପି ହାଇକୋର୍ଟ, ସିବିଆଇ, ଏନ୍ଆଇଏ, ବିଏସ୍ଏଫ, ସିଆର୍ପିଏଫ୍ ଆଦି ସମସ୍ତଙ୍କୁ କିଣିଦେଇଛି। ସେ ଦୂରଦର୍ଶନର ରଂଗକୁ ବି ଗେରୁଆ କରି ସାରିଲେଣି। ଦୂରଦର୍ଶନରେ ସେମାନେ କେବଳ ବିଜେପି ଓ ମୋଦୀଙ୍କ ବିଷୟରେ କହିବେ। ତାହାକୁ ଦେଖନ୍ତୁ ନାହିଁ। ବୟକଟ୍ କରନ୍ତୁ।’’ ଶିକ୍ଷକମାନଙ୍କ ଚାକିରିକୁ ନେଇ ଶୁଣାଣି ସମୟରେ ଜଷ୍ଟିସ ଦେବଙ୍ଗସୁ ବାସାକ ଏବଂ ଏମ.ଡି ଶବର ରଶିଦିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ କୁହାଯାଇଛି ଯେ ବେଆଇନ ଭାବେ ନିଯୁକ୍ତି ପାଇଥିବା ସ୍କୁଲ ଶିକ୍ଷକମାନେ ସେମାନଙ୍କର ଦରମା ଚାରି ସପ୍ତାହ ମଧ୍ୟରେ ଫେରସ୍ତ କରିବେ। ଶିକ୍ଷକମାନଙ୍କଠାରୁ ଟଙ୍କା ସଂଗ୍ରହ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି। ବାତିଲ ହୋଇଥିବା ନିଯୁକ୍ତି ପ୍ୟାନେଲରେ ପଶ୍ଚିମବଙ୍ଗର ୨୦୧୬ ମସିହାରେ ହୋଇଥିବା ଡବ୍ଲୁବିଏସ୍ସିସି ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନିଯୁକ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଅନ୍ତର୍ଭୁକ୍ତ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..