ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣାର ବାରକପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅର୍ଜୁନ ସିଂ ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ମହିଳା ଭୋଟରଙ୍କୁ ଅଟକାଯାଉଛି ବୋଲି ଅର୍ଜୁନ ସିଂ ଅଭିଯୋଗ କରିଛନ୍ତି। ଦୁଇ ବିରୋଧୀ ନେତାଙ୍କ ମଧ୍ୟରେ ସଂଘର୍ଷ ହେଉଥିଲେ ମଧ୍ୟ ପୋଲିସ କେବଳ ଏକ ନୀରବ ଦର୍ଶକ ପାଲଟିଥିବା ଅଭିଯୋଗ ହୋଇଛି। ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ଟିଏମସି କର୍ମୀମାନେ ଲୋକଙ୍କୁ ଭୟଭୀତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ମତଦାନରୁ ନିବୃତ୍ତ ରହିବାକୁ ଟିଏମସି କର୍ମୀ ଭୋଟରଙ୍କୁ କହୁଥିବା ଅଭିଯୋଗ କରାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଏନେଇ ଅଭିଯୋଗ କରାଯିବ ବୋଲି ବିଜେପି ପ୍ରାର୍ଥୀ କହିଛନ୍ତି।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……