ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ନେଇ ଚାଲିଥିବା ବେଳେ ବିଧାନସଭା ନିର୍ବାଚନକୁ ନେଇ ଦମ୍ଭୋକ୍ତି ବାଢିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ଯଦି ମୁଁ ଆଗାମୀ ବିଧାନସଭା ନିର୍ବାଚନ ଯାଏ ଜେଲରେ ରୁହେ, ତଥାପି ଆମ୍ ଆଦମି ପାର୍ଟି ଦିଲ୍ଲୀରେ ୭୦ରୁ ୭୦ ଆସନରେ ବିଜୟୀ ହେବ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଏପରି ଦମ୍ଭୋକ୍ତି ବାଢିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ନିର୍ବାଚନ ଲଢିବେ କି ପ୍ରଶ୍ନରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ସୁନୀନା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଯଦି ସେମାନେ ମୋତେ ଜେଲରେ ରଖନ୍ତି, ମୁଁ ସେଠାରୁ ନିର୍ବାଚନ ଲଢିବି ଏବଂ ମୋର ବିଶ୍ୱାସ ଅଛି ଯେ ଆମେ ମୋଟ ୭୦ଟି ଆସନରୁ ୭୦ ଜିତିବୁ। ଦିଲ୍ଲୀ ଜନତା ଜବାବ ଦେବେ।” ସେ ଆହୁରି କହିଛନ୍ତି, “ଆମର ସମସ୍ତ ବିଧାୟକଙ୍କୁ ଜେଲରେ ରଖନ୍ତୁ ଏବଂ ଦିଲ୍ଲୀରେ ଭୋଟିଂ କରାନ୍ତୁ। ଦେଖିବେ ଆପ୍ ବିଜୟୀ ହେବ। ସେମାନେ ଭାବୁଛନ୍ତି କି ଲୋକମାନେ ମୂର୍ଖ? ଜନତା ସବୁକିଛି ଦେଖୁଛନ୍ତି।”






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……