ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍ତର ତାମିଲନାଡୁରୁ ଓଡିଶା ଉତ୍ତର ଉପକୂଳ ଅଂଚଳ ଉପରେ ଟ୍ରାପ ଲାଇନ ରହିଛି। ଏହା ଆଜି ମଧ୍ୟ ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ୪ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଂଜାମ ଗଜପତି ରାୟଗଡ଼ା, କାନ୍ଧମାଳ ସହିତ ପୁରୀ ଜିଲ୍ଲାରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ୧୭ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ମାତ୍ରା ପୁଣି ବୃଦ୍ଧି ପାଇବ । ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବ । ଏହାପରେ ଏହି ଲାଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦେଇ ଗତିକରିବ । ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଅଵପାତର ରୂପ ନେଵ । ଏହାରି ପ୍ରଭାବରେ ପୁଣି ୧୭ ତାରିଖ ଠାରୁ ଦକ୍ଷିଣ ଓଡିଶାରେ ବର୍ଷା ହେବ । ଆସନ୍ତା ୫ ରୁ ୭ ଦିନ ପର୍ଯ୍ୟନ୍ତ ବର୍ଷା ଓ କୋହଲା ପ୍ରଭାବ ରହିବ । ଏଥିପାଇଁ ଶୀତ କମିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାତି ତାପ ମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ। ଏପଟେ ବର୍ଷାର ଚାଷ ଉପରେ ପ୍ରଭାବ ପଡିବ। ବର୍ତ୍ତମାନ ଧାନ ପାଚିଥିବାରୁ ବର୍ଷା ଧାନକୁ ମଧ୍ୟ ନଷ୍ଟ କରିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଂଜାମର ପୁରୁଷୋତ୍ତମପୁର ଠାରେ ସର୍ବାଧିକ ୧୭୬ ମିଲିମିଟର ବର୍ଷ ରେକର୍ଡ ହୋଇଥିବା ବେଳେ ପୁରୀରେ ୧୨୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୩୩.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..