Report Card Odisha

| Daily Odia News

ଶୁକ୍ରବାରଠୁ ବର୍ଷା : କମିବ ଶୀତ…..

ରିପୋର୍ଟ କାର୍ଡ / ଭୁୁବନେଶ୍ୱର

ଶୁକ୍ରବାରଠୁ ଲଗାତର ଚାରି ଦିନ ପ୍ରବଳ ଶୀତ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପରେ ବର୍ଷା ହେବ | । ଗତ କିଛିଦିନ ଧରି ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ ସହିତ ଘନ କୁହୁଡି ରହୁଥିଲା । ବିଶେଷକରି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନବରଙ୍ଗପୁର ଓ କୋରାପୁଟରେ ଘନ କୁହୁଡି ପଡିବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଥିଲା । ଦକ୍ଷିଣ ଓ ଆଭ୍ୟନ୍ତରୀଣ ସମେତ ଉପକୂଳବର୍ତ୍ତୀ ଓଡିଶାର କିଛି ଜିଲ୍ଲାରେ ହାଲୁକା କୁହୁଡି ନଜର ଆସିଥିଲା । କିନ୍ତୁ ଏବେ ବର୍ଷା ହେବ । ତେବେ ଶୁକ୍ରବାରଠୁ କୁହୁଡି କମିବା ସହ ବର୍ଷା ହେବ । ସମ୍ଭାବ୍ୟ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି ।

Breaking News