ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ଠାରୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ ଅନୁଯାୟୀ,୧୯ ତାରିଖରେ କଟକ, ଯାଜପୁର, ଜଗତସିଂହପୁର,କେନ୍ଦ୍ରାପ ଭଦ୍ରକ,ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୦ ତାରିଖରେ କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର,କେନ୍ଦ୍ରାପ ଭଦ୍ରକ, କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ, ତାତି ଆକଳନ କରି ଆଗୁଆ ସତର୍କ କରାଇଲା ଉଚ୍ଚ ଶିକ୍ଷା ବିଭାଗ । ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟମାନଙ୍କୁ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। କିପରି ହିଟୱେଭକୁ ସାମ୍ନା କରିବେ ସେନେଇ ସୂଚନା ଜାରି ହୋଇଛି। ପାଠପଢ଼ା ଓ ପରୀକ୍ଷା ଆଦିକୁ ସକାଳୁଆ କରିବାକୁ ପରାମର୍ଶ ଦିଆଯାଇଛି। ଅପରାହ୍ନରେ ଆଉଟଡୋର କାର୍ଯ୍ୟକଳାପ ପାଇଁ ବାରଣ କରାଯାଇଛି। ପିଇବା ପାଣି, ଓଆରଏସ ଆଦି ମହଜୁଦ ରଖିବାକୁ ଚିଠିଲେ ଉଲ୍ଲେଖ ଲେଖାଯାଇଛି।






More Stories
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….
ଆଜିଠୁ ସୁଭଦ୍ରା ଆବେଦନ…..