Report Card Odisha

| Daily Odia News

୧୫ ଯାଏଁ ଝଡବର୍ଷା ନେଇ ସତର୍କତା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାତିରୁ ଆଶ୍ଵସ୍ତି ମିଳିଛି। ଶନିବାର ବିଳମ୍ବିତ ରାତିରେ କାଳବୈଶାଖୀ ବର୍ଷା ହୋଇଥିଲା। ଏମିତିକି ତୁହାକୁ ତୁହା ବର୍ଷା ସାଙ୍ଗକୁ ଜୋରରେ ପବନ ବହିଥିଲା। କାଳବୈଶାଖୀ ପ୍ରଭାବରେ ରାଜଧାନୀ​‌ରେ ଭାରି ବର୍ଷା ହୋଇଛି। ଭୁବନେଶ୍ଵରରେ ୭୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ପାରାଦୀପରେ ୫୧ . ୪, ପୁରୀରେ ୩୭.୮ , ବାଲେଶ୍ଵରରେ ୩୫ ଡିଗ୍ରୀ ଏବଂ ଚାନ୍ଦବାଲି ୩୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେପଟେ ଆସନ୍ତା ୧୫ ତାରିଖ ଯାଏଁ ଝଡବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଆଜି ପାଇଁ ୪ ଜିଲ୍ଲା ମୟୁରଭଞ୍ଜ , ବାଲେଶ୍ଵର , ଭଦ୍ରକ ଏବଂ ଯାଜପୁରରେ ପ୍ରବଳ ବର୍ଷା ସହ ବିଜୁଳି , ଘଡଘଡି ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବାକି ୧୫ ଜିଲ୍ଲାରେ ୩୦ରୁ ୫୦ କିମି ବେଗରେ ପବନ ସହ ବିଜୁଳି , ଘଡଘଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ହେଲେ ୧୭ ତାରିଖ ବେଳକୁ ପୁଣି ରାଜ୍ୟକୁ ପୁଣି ତାତି ଫେରିବ। ମେ ୧୭ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ସାଙ୍ଗକୁ ତାତି ଫେରିବାର ସମ୍ଭାବନା ରହିଛି।

 

Breaking News