ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଗାମୀ ୬ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି ଏବଂ ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସେହିପରି କାଳବୈଶାଖୀର ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଇଥିବାର ଖବର ମିଳିଛି । ଏଥିଯୋଗୁଁ ଦିନର ତାପମାତ୍ରା ହ୍ରାସ ପାଇଥିଲାବେଳେ ୩-୪ ଦିନ ପର୍ଯ୍ୟନ୍ତ ଏହିଭଳି ପାଗ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଂଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଂଗପୁର, କୋରାପୁଟ, ମାଲକାନଗିରିକୁ ୱାର୍ଣ୍ଣିଂ ଦିଆଯାଇଛି। ଗତ ୨୪ ଘଣ୍ଟା ଭିତରେ ରାୟଗଡ଼ା ଜିଲ୍ଲାର ବିଷମକଟକରେ ସର୍ବାଧିକ ୨୨ ଦଶମିକ ୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ସେହିପରି ବୌଦ୍ଧ ଜିଲ୍ଲାର ହରଭଙ୍ଗା ଓ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୧୩ ମିଲିମିଟର, କେନ୍ଦୁଝରଗଡ଼ରେ ୧୨ ଦଶମିକ ୨, କୋରାପୁଟ ଜିଲ୍ଲାର ନନ୍ଦପୁରରେ ୧୦, କେନ୍ଦୁଝର ଜିଲ୍ଲାର ବାଂଶପାଳରେ ୯ ଦଶମିକ ୨, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ୯ ଦଶମିକ ୧, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ୮, ଅନୁଗୁଳ ଜିଲ୍ଲାର ପାଲଲହଡ଼ାରେ ୭ ଏବଂ କେନ୍ଦୁଝର ଜିଲ୍ଲାର ଝୁମ୍ପୁରାରେ ସର୍ବନିମ୍ନ ୬ ଦଶମିକ ୮ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..