ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅସହ୍ୟ ଗରମ ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସମସ୍ତେ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଏବେ ବର୍ଷାକୁ ନେଇ ଆଶ୍ୱସ୍ତିକର ଖବର ମିଳିଛି । ଜୁନ୍ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ | ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ମୌସୁମୀ କେରଳକୁ ସମ୍ପୂର୍ଣ୍ଣ ଭାବେ ସ୍ପର୍ଶ କରି ସାରିଛି । କର୍ଣ୍ଣାଟକ, ଆସାମ, ମେଘାଳୟରେ ପ୍ରବେଶ କରୁଛି । ସାଧାରଣତଃ ଜୁନ୍ ୧୨ ରୁ ୧୫ ମଧ୍ୟରେ ମୌସୁମୀ ଓଡିଶା ଛୁଇଁଥାଏ । ଚଳିତ ମୌସୁମୀ ଋତୁରେ ଓଡିଶାରେ ମିଶ୍ରିତ ବର୍ଷା ହେବା ନେଇ ଆକଳନ କରାଯାଇଛି । ଜୁନରେ ସ୍ୱାଭାବିକ ବର୍ଷା ସହ ମୋଟରେ କିଛି ଅଞ୍ଚଳରେ ଅଧିକ ଓ କିଛି ଅଞ୍ଚଳରେ କମ ବର୍ଷିବ । କେନ୍ଦ୍ର ଓଡିଶା ଓ ଉତ୍ତର ଓଡିଶାର କିଛି ଅଞ୍ଚଳରେ କମ ବର୍ଷିପାରେ । ତେବେ ସାରା ଦେଶରେ ୧୦୩ ପ୍ରତିଶତ ବର୍ଷା ହୋଇପାରେ ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..