Report Card Odisha

| Daily Odia News

ବ୍ରାଜିଲରେ ବନ୍ୟା, ଭୂ-ସ୍ଖଳନ,୯୧ ମୃତ୍ୟୁ,୨୪ ନିଖୋଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବ୍ରାଜିଲରେ ବନ୍ୟା ଓ ତତ୍ ଜନିତ ଭୂ-ସ୍ଖଳନ ମୃତ୍ୟୁ ସଂଖ୍ୟା ୯୧କୁ ପାଇଛି। ଏହି ସୂଚନା ପେରନୋମବୁକୋ ରାଜ୍ୟର ଅଧିକାରୀମାନେ ଦେଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ଏବେବି ୨୪ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସରକାରୀ ବୟାନ ଅନୁସାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଧାରକାରୀ ଦଳ ନିଖୋଜ ଲୋକଙ୍କ ସନ୍ଧାନ କରୁଛନ୍ତି। ରାଷ୍ଟ୍ରପତି ଜେୟର ବୋଲସେନାରୋ ପେରନୋମବୁକୋ ରାଜଧାନୀ ରସିଫ ଓ ଆଖପାଖ ଅଞ୍ଚଳ ଜାବୋଆତାଓ ଡୋସ ଏବଂ ଗ୍ୱାରରାପୋସ ଅଞ୍ଚଳକୁ ସୋମବାର ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ପରେ ଏକ ସାମ୍ବାଦିନକ ସମ୍ମିଳନୀକୁ ସମ୍ବୋଧିତ କରି ହେଲିକପ୍ଟର ଓହ୍ଲାଇବାକୁ ବି ସ୍ଥାନ ନଥିବା କହିଛନ୍ତି। ପ୍ରାକୃତିକ ଦୁର୍ବିପାକରେ ଲୋକଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରପତି ଶୋକ ପ୍ରକଟ କରିଥିବା ବେଳେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଗତସପ୍ତାହରେ ପେରନୋମବୁକୋରେ ଭୀଷଣ ବର୍ଷା ହୋଇଥିଲା। ଫଳରେ ଶୁକ୍ରବାର ଭୂସ୍ଖଳନ ହୋଇଛି। ଏଥିଲାଗି କେତେକ ସହରାଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିବା ବେଳେ ସରକାର ଏପରି ଜରୁରିକାଳୀନ ପରିସ୍ଥିତି ଜାରି କରିଥିବା ନଗରପାଳିକାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ କରିଥିବା ଆଞ୍ଚଳିକ ବିକାସ ମନ୍ତ୍ରୀ ଡେନିୟଲ ପେରେରା କହିଛନ୍ତି।

Breaking News