ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୁଇ ଦୁଇଟି ଲଘୁଚାପ ବର୍ଷାରେ ରାଜ୍ୟର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି | ଲୋକେ ଭୋଗୁଛନ୍ତି ଦୁଃଖ ଆଉ ଦୁର୍ଦ୍ଦଶା | ପାଣିଘେରରେ ଅନେକ ଜିଲ୍ଲା | ବନ୍ୟା ପାଣିରେ ରାସ୍ତା ଘାଟ ଏକାକାର ହୋଇଯାଇଛି | ବର୍ଷା ଛାଡ଼ି ପାଣି କମିବାକୁ ଲାଗିଲାନି ସତ କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ଯାଇନି | ଏହା ହିତରେ ଆସନ୍ତା ୨୯ରୁ ଆଉ ଏକ ଲଘୁଚାପ ଆସୁଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ଉପକୂଳ ଓଡିଶାରେ ସେପ୍ଟେମ୍ବର ୧ରୁ ୩ ଯାଏ ବର୍ଷା ସମ୍ଭାବନା ଅଛି । ତେବେ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଅଧିକ ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଭାରି ବର୍ଷା ହୋଇପାରେ । ତେବେ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ବିସ୍ତୃତ ବର୍ଷା ସମ୍ଭାବନା କମ୍ । ଗରମ ଯୋଗୁ କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୩ ଓ ୨୪ରେ ଉପକୂଳରେ ସ୍ୱଳ୍ପ ବର୍ଷା ହୋଇପାରେ । ୨୪ରୁ ୨୬ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ୨୩ରୁ ୨୫କୁ ଛାଡି ଅନ୍ୟ ଦିନ ଉପକୂଳରେ ଟାଣ ଖରା ହେବ । ଆଭ୍ୟନ୍ତରୀଣ ଅଞ୍ଚଳରେ ସେପ୍ଟେମ୍ବର ପ୍ରଥମ ସପ୍ତାହ ଯାଏ ପାଗ ଶୁଖିଲା ରହିପାରେ ବୋଲି ସେ କହିଛନ୍ତି । ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ଆସନ୍ତା ୨୩ରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିଭଳି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୪ରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..