ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶୀତରେ ଥରୁଛି ସାରା ରାଜ୍ୟ । ୩.୬ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଶୀତଳ ସହର ହୋଇଛି । ଫୁଲବାଣୀର କ. ତୁଷାରପାତ ହୋଇଛି । ସୁନ୍ଦରଗଡ଼ କୋଇଡ଼ାରେ ବି ତୃତୀୟ ଦିନରେ ତୁଷାରପାତ ହୋଇଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ବ ତାପମାତ୍ରା ୪.୫ ଡିଗ୍ରୀ ରେକର୍ଡ କରାଯାଇଛି । କନ୍ଧମାଳ ଓ କଳାହାଣ୍ଡିର କିଛି ସ୍ଥାନରେ ବରଫର ଅସ୍ତରଣ ଦେଖିବାକୁ ମିଳିଛି । ତେବେ ରାଜ୍ୟରେ ଆଗକୁ ଆହୁରି ଶୀତ ବଢ଼ିବ । ଅସହ୍ୟ ଶୀତପ୍ରବାହ ଜନଜୀବନକୁ କଲବଲ କରିବ। ଆଗାମୀ ଦୁଇ-ତିନି ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି ଆଞ୍ଚଳିକ ପାଣପାଗ କେନ୍ଦ୍ର ସତର୍କ କରାଇଛି । ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବାର ସମ୍ଭାବନା ରହିଛି ।






More Stories
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….
ଆଜିଠୁ ସୁଭଦ୍ରା ଆବେଦନ…..
IAS ସ୍ତରରେ ଅଦଳବଦଳ…..