Report Card Odisha

| Daily Odia News

୪ ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଏହାର ପ୍ରଭାବ କଣ ରହିବ ତାହା ସ୍ପଷ୍ଟ ହୋଇ ନାହିଁ। ମାତ୍ର ଲଘୁଚାପର ପ୍ରଭାବ ପୂର୍ବ ଭାରତରେ ପଡ଼ିବା ନେଇ ବିଭିନ୍ନ ମଡେଲ୍‌‌ ଆକଳନ କରୁଛନ୍ତି। ନଭେମ୍ବର ୪ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଉତ୍ତର ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟ ସେହି ସ୍ଥାନରେ ୨-୩ ଦିନ ରହିବ ଏବଂ ବିଷୁବ ରେଖାର ନିକଟ ହେତୁ ଘନୀଭୂତ ହେବାରେ ବିଳମ୍ବ ହେବ। ପରବର୍ତ୍ତୀ ସମୟରେ ୭ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇପାରେ। କେତେକ ମଡେଲରୁ ଜଣାପଡ଼ୁଛି ଯେ ଏହା ଘନୀଭୂତ ହୋଇ ଦେଶର ପୂର୍ବ ଉପକୂଳକୁ ପ୍ରଭାବିତ କରିବ। ତେବେ କେତେ ଘନୀଭୂତ ହେବ ଓ ଗତିପଥ କଣ ରହିବ, ଲଘୁଚାପ ସୃଷ୍ଟି ହେବା ପରେ ହିଁ ଜଣାପଡ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

 

Breaking News