Report Card Odisha

| Daily Odia News

୭ ଜିଲ୍ଲାକୁ ପ୍ରବଳ ବର୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୌସୁମୀ ଜନିତ ନିମ୍ନଚାପ ରେଖା ବାଲେଶ୍ବର ପୂର୍ବ ଦିଗରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ଶନିବାର ରାଜ୍ୟର କିଛି ଅଞ୍ଚଳରେ ଝିପିଝିପି ବର୍ଷା ହୋଇଛି। ଆଗାମୀ ୪ଦିନ ପର୍ଯ୍ୟନ୍ତ ଦକ୍ଷିଣ, ଆଭ୍ୟନ୍ତରୀଣ କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା ଏବଂ ଗଜପତିର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ଜୁଲାଇ ୮ ମଧ୍ୟରେ ୨୨୭.୨ ମି.ମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୨୮୬.୮ ମି.ମି. ତୁଳନାରେ ୨୪ ପ୍ରତିଶତ କମ ରହିଛି। ଏହି ଅବଧି ମଧ୍ୟରେ ଦେବଗଡରେ ସର୍ବାଧିକ ୪୩୧.୫ ମି.ମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୨୭୮.୮ମି.ମି ତୁଳନାରେ ୫୫% ଅଧିକ ରହିଛି। କଳାହାଣ୍ଡିରେ ସର୍ବନିମ୍ନ ୧୨୩.୫ ମି.ମି ବର୍ଷା ରେକର୍ଡ କରାଯାଇଛି। ଏହା ଜିଲାର ସ୍ୱାଭାବିକ ବର୍ଷା ୩୪୦.୬ମି.ମି ତୁଳନାରେ ୬୪% କମ ରହିଛି।

Breaking News