ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଘର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଜାରି ରହିଛି । ଏହି ସମୟରେ ପୁଣି ଆଉ ଏକ ଲଘୁଚାପ ହେବା ନେଇ ସୂଚନା ମିଳିଛି । ଆସନ୍ତା ୧୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ | ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସେପଟେ ବାତ୍ୟ ହେବା ନେଇ ଆମେରିକା ଟ୍ରିଡ୍ବିଟ୍ସ୍.କମ୍ ଆଶଙ୍କା କରାଯାଇଛି | ଏହାର ପ୍ରଭାବରେ ୨୨ରୁ ୨୩ ମଧ୍ୟରେ ବାତ୍ୟ ହେବା ନେଇ ସଂସ୍ଥା କହିଛି । ଆକଳନ ଅନୁସାରେ ଆଣ୍ଡାମାନ ପୂର୍ବ ଉପକୂଳରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଅତିକ୍ରମ କରିବ । ଯାହା ଦ୍ୱାରା ପ୍ରଭାବିତ ହେବ ଓଡ଼ିଶା । ହେଲେ ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କି ହେବାକୁ ଥିବା ଘୁର୍ଣ୍ଣିବଳୟର ପ୍ରଭାବ କେତେ ରହିବ ତାହା କୁହାଯାଇନାହିଁ । ହେଲେ ଆଗାମୀ ଏକ ସପ୍ତାହ ପରେ ଏହାର ଚିତ୍ର ସ୍ପଷ୍ଟ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।






More Stories
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..