ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ସଟଡାଉନର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜି ମଧ୍ୟ ସଟଡାଉନ୍ କଟକଣା ରହିଛି । ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ବଢ଼ି ଚାଲିଥିବା ସଂକ୍ରମଣକୁ ଶିଥିଳ କରିବାକୁ ସହରାଞ୍ଚଳରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି । ସହରାଞ୍ଚଳର ପ୍ରବେଶ ପଥ ଗୁଡ଼ିକରେ ଜଗି ରହିଛନ୍ତି ପୋଲିସ । ସପ୍ତାହାନ୍ତ ସଟଡାଉନ ଭିତରେ ଅମାନିଆଙ୍କୁ ଜଗିବାକୁ କଟକର ୨୫ଟି ଏବଂ ଭୁବନେଶ୍ୱରରେ ୪୩ଟି ସ୍ଥାନରେ ଚେକ୍ ପୋଷ୍ଟ କରାଯାଇଛି । ପିସିଆର୍ ଭ୍ୟାନରେ ମାଇକ୍ ଜରିଆରେ ଲୋକଙ୍କୁ ପୋଲିସ ସଚେତନ ବି କରୁଛି । ସଟଡାଉନ୍ ସମୟରେ ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ବ୍ୟକ୍ତିଙ୍କୁ ବାଦ୍ ଦିଆଯାଇଛି । ଶନିବାର ପରି ରବିବାର ମଧ୍ୟ ୫ଟାରୁ ୬ଟା ଯାଏଁ ପ୍ରାତଃଭ୍ରମଣ ଓ ସାଇକେଲିଂ ପାଇଁ ଏକ ଘଣ୍ଟା କଟକଣାକୁ କୋହଳ କରାଯାଇଛି ।






More Stories
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..
ପ୍ରେମ ପାଇଁ ଥାର ଚଢ଼ାଇ ହତ୍ୟା…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……