Report Card Odisha

| Daily Odia News

ଆସନ୍ତା ଶନିବାର ଠାରୁ ସଟଡାଉନ ଘୋଷଣା କଲେ ଓଡିଶା ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କୋଭିଡ ସଂକ୍ରମଣ ବଢି ଚାଲିଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ କିଛି ଗୁୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁର ସମୟ ସଂଧ୍ୟା ୬ରୁ ସକାଳ ୫ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଏବଂ ତାହାସହିତ ପ୍ରତେକ ସପ୍ତାହର ଶେଷ ଦୁଇଦିନ ଯଥା –ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଅଛି | ଏହି ୧୦ଟି ଜିଲ୍ଲା ଗୁଡିକ ହେଲେ -ସୁନ୍ଦରଗଡ଼, ଝାସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି | ଅନ୍ୟ ସମସ୍ତ ୨୦ ଜିଲ୍ଲାର ସହରାଞ୍ଚଳରେ କେବଳ ନାଇଟ କର୍ଫ୍ୟୁ ରାତି ୯ରୁ ସକାଳ ୫ଟା ଯାଏ ଲାଗୁ କରାଯାଇଛି | ଏହି ନାଇଟ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ପରିଚୟପତ୍ର ଦେଖାଇ ଅତ୍ୟାବଶ୍ୟକ ସେବା ପାଇଁ ସାଧାରଣ ଲୋକ ବା ଅତ୍ୟାବଶକ୍ୟ କର୍ମଚାରୀ ଯାଇପାରିବେ। ଅତ୍ୟାବଶ୍ୟକ ମାଲ ପରିବହନ କାର୍ଯ୍ୟ ମଧ୍ୟ ଚାଲୁ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି | ସେହିପରି ଆସନ୍ତା ସୋମବାରଠାରୁ ଅନ୍ତରାଜ୍ୟ ବସ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ମଧ୍ୟରେ ଯେଉଁ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି ସେଥିରେ ବସର ସିଟ୍‌ ସଂଖ୍ୟକ ଲୋକମାନେ ବସି ଯାତ୍ରା କରିପାରିବେ | କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। କିନ୍ତୁ ରାଜ୍ୟ ଭିତରେ ବା ରାଜ୍ୟ ବାହରୁ ଆସୁଥିବା ପରିବହନ ଯାନ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ | କରୋନା ସଂକ୍ରମଙ୍କୁ ଦୃଷ୍ଟିରେ ରଖି ବିବାହ ଓ ଅନ୍ତିମ ସଂସ୍କାର ଉପରେ କଟକଣା ଲାଗୁକରାଯାଇଛି । ଏଣିକି ବିବାହ ଉତ୍ସବ ପାଇଁ ୫୦ ଓ ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯିବ। କରୋନା ସଂଖ୍ୟା ବଢୁଥିବାରୁ ଏଭଳି କଡା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର |
ବେସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ହ୍ରାସପାଇଁ ନିର୍ଦ୍ଦେଶ ହୋଇଛି | ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ |

 

Breaking News