ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତ ସପ୍ତାହରେ ହାରାହାରି ଦୈନିକ ସଂକ୍ରମଣ ମାମଲା କମିଛି ଏବଂ ଏଥିସହ ସାପ୍ତାହିକ ଟେଷ୍ଟିଂ ମଧ୍ୟ କମିଛି। କେନ୍ଦ୍ର ସରକାର ଏଥିପାଇଁ ଚିନ୍ତା ପ୍ରକଟ କରିଛନ୍ତି ଏବଂ ୧୧ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳକୁ ସାପ୍ତାହିକ ଟେଷ୍ଟିଂ ହାର ବଢ଼ାଇବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ସାପ୍ତାହିକ ଟିକାକରଣ ତ୍ବରାନ୍ବିତ କରିବାପାଇଁ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଚିଠି ଦ୍ବାରା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ କହିଛନ୍ତି। ଶୀତ ଆରମ୍ଭ ଏବଂ କିଛି ରାଜ୍ୟରେ ପ୍ରଦୂଷଣ ବଢ଼ୁଥିବାରୁ ସରକାର ଶ୍ବାସଜନିତ ସ୍ବାସ୍ଥ୍ୟ ସମସ୍ୟା ତଥା ଆଇଏଲ୍ଆଇ ( ଇନଫ୍ଲୁଏଞ୍ଜା ଲାଇକ୍ ଇଲନେସ୍) ଏବଂ ସାରି (ସିଭିଅର ଆକ୍ୟୁଟ୍ ରେସପାଇରେଟୋରି ଇନଫେକସନ୍) ପ୍ରତି ସଚେତନ ହେବାକୁ କହିଛନ୍ତି। ସଠିକ୍ କରୋନା ମାମଲାକୁ ଚିହ୍ନଟ କରି ନିୟମିତ ଭାବେ ଟେଷ୍ଟିଂ କରିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି। ନାଗଲାଣ୍ଡ, ସିକ୍କିମ, ମହାରାଷ୍ଟ୍ର, କେରଳ, ଗୋଆ , ମଣିପୁର , ମେଘାଳୟ, ମିଜୋରାମ, ପଂଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ, ଜମ୍ମୁ କାଶ୍ମୀର ଏବଂ ଲଦାଖରେ ଟେଷ୍ଟିଂ ହାର କମ୍ ରହିଛି। ସଂକ୍ରମଣ କମୁଥିଲେ ସୁଦ୍ଧା ଟେଷ୍ଟିଂ ବଢ଼ୁନଥିବାରୁ ସଂକ୍ରମଣ ହାର କେତେ କମୁଛି ତାହା ସଠିକ୍ ଭାବେ ଜଣାପଡ଼ୁନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଚିଠିରେ ଏହା କୁହାଯାଇଛି ଯେ, ବିଶ୍ବରେ ବିଭିନ୍ନ ରାଷ୍ଟ୍ରରେ ଏବେ ସଂକ୍ରମଣ ବଢ଼ିଲାଣି। ତେଣୁ ଟେଷ୍ଟିଂ ପ୍ରତି ରାଜ୍ୟ ସରକାରମାନେ ଗୁରୁତ୍ବ ଦେବାକୁ ପଡ଼ିବ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..