Report Card Odisha

| Daily Odia News

ବିଜେପି ପ୍ରତି ଶୁଭେନ୍ଦୁ ଙ୍କର ତୁଟୁଛି ମୋହ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗରେ ବିଜେପିକୁ ଲାଗିବ ବଡ ଝଟକା | ଶୁଭେନ୍ଦୁ ଅଧିକାରୀ ପୁଣି ଟିଏମସିକୁ ଫେରିବା ନେଇ ଚର୍ଚ୍ଚା ହେଉଛି । କାରଣ ସେ ଏବେ କିଛ ଦିନ ହେଲା ବିଜେପି କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି । ଯାହାକୁ ନେଇ ବିଜେପି ପ୍ରତି ତାଙ୍କର ମୋହ ଭାଙ୍ଗୁଥିବା ଆଲୋଚନା ହେଉଛି । ସୂଚନାନୁସାରେ, ଶନିବାର କୋଲକାତାରେ ପୌର ନିର୍ବାଚନ ଫଳାଫଳକୁ ନେଇ ବିଜେପିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ବିଜେପିର ବରିଷ୍ଠ ନେତା ଯଥା ରାଜ୍ୟ ସଭାପତି ସୁକାନ୍ତ ମଜମୁଦାର, ଦିଲ୍ଲୀପ ଘୋଷ, ଲକେଟ ଚାଟାର୍ଜୀ, ଅମିତ ମାଲବ୍ୟ ଏବଂ ପୂର୍ବତନ ଟିଏମ୍‌ସି ନେତା ଦିନେଶ ତ୍ରିବେଦୀ ଆଦି ଯୋଗ ଦେଇଥିଲେ। କିନ୍ତୁ ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶୁଭେନ୍ଦୁ ଅଧିକାରୀ ଅନୁପସ୍ଥିତ ରହିଥିଲେ।ଏହାକୁ ନେଇ ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ,, ଶୁଭେନ୍ଦୁଙ୍କର ବ୍ୟକ୍ତିଗତ କାମ ଅଛି। ତେଣୁ ସେ ବୈଠକକୁ ଆସିପାରିଲେ ନାହିଁ । ତେଣୁ ତାଙ୍କ ଅନୁପସ୍ଥିତିରେ ବୈଠକ ହେଲା ବୋଲି ସୁକାନ୍ତ ମଜମୁଦାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପୌର ନିର୍ବାଚନ ଫଳାଫଳକୁ ନେଇ ଶନିବାର ବସିଥିବା ବିଜେପି ବୈଠକରେ ପରାଜୟର ମୁଖ୍ୟ କାରଣଗୁଡ଼ିକ ସମୀକ୍ଷା କରାଯାଇଥିଲା। ଟିଏମ୍‌ସି ଓ ବାମଦଳ ମଧ୍ୟରେ ଭିତିରି ମେଣ୍ଟ ଯୋଗୁ ବିଜେପି ଭୋଟ ଶେୟାର କମିଛି ବୋଲି ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜମୁଦାର କହିଛନ୍ତି। ସେ କହିଛନ୍ତି “‘ଟିଏମ୍‌ସି ଭୋଟ ରିଗିଂ କଲେ ସେମାନେ ନିଜ ଦଳକୁ ୮ ଭୋଟ ଦିଅନ୍ତି ଓ ବାମ ଦଳକୁ ୨ ଭୋଟ। ଏହାକୁ ଫିଶି ଫ୍ରାଏ ଜଟ୍ କହୁନ୍ତି।” ସେମାନେ ବିରୋଧୀଙ୍କୁ ନଷ୍ଟ କରିଦେବା ପାଇଁ ଏମିତି କରିଥାନ୍ତି ବୋଲି ସୁକାନ୍ତ କହିଛନ୍ତି।

 

Breaking News