ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣେରେ ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ନରେନ୍ଦ୍ର ପ୍ରସ୍ତାବିତ ହୋଇଥିବା ୩୨ କିମି ମେଟ୍ରୋ ରେଳ ପ୍ରକଳ୍ପର ୧୨ କିମି କାମ ସରିଛି ଫଳରେ ପ୍ରଥମ ପର୍ଯ୍ୟାୟରେ ଏହା ୧୨ କିମି ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ ହୋଇଛି । ଏହି ପ୍ରକଳ୍ପକୁ ଉଦଘାଟନ କରିବା ସହ ପ୍ରଧାନମନ୍ତ୍ରୀ ନିଜେ ଟିକେଟ କିଣି ଗଡୱାଡେ କଲେଜରୁ ଆନନ୍ଦନଗର ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିଥିଲେ ଏବଂ ଏମଆଇଟିରେ ରାଲିକୁ ସମ୍ବୋନ୍ଧିତ କରିଥିଲେ।ପ୍ରଧାନମନ୍ତ୍ରୀ ନିଜେ ଏହାର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ପିଲାମାନଙ୍କ ସହ ମେଟ୍ରୋରେ ଯାତ୍ରା କରୁଥିବାର ନଜର ଆସିଛନ୍ତି । ଏହି ରେଳ ପ୍ରକଳ୍ପ ପାଇଁ ୨୦୧୬ ଡିସେମ୍ବର ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଭିତ୍ତିପ୍ରସ୍ତର ଉଦଘାଟନ କରିଥିଲେ ।
ପ୍ରକଳ୍ପ ପାଇଁ ସମୁଦାୟ ୧୧,୪୦୦ କୋଟିରୁ ଅଧିକ ବ୍ୟୟ ବରାଦ ରହିଛି । ପୁଣେ ମେଟ୍ରୋ ପକଳ୍ପ ଦେଶର ପ୍ରଥମ ପ୍ରୋଜେକ୍ଟ ଯେଉଁଥିରେ ଟ୍ରେନର କୋଚଗୁଡ଼ିକୁ ଆଲୁମିନିୟମରେ ତିଆରି କରାଯାଇଛି ।ଏହା ସହ ପ୍ରଧାନମନ୍ତ୍ରୀ ପୁଣେରେ ମୁଲା-ମୁଠା ନଦୀର ନବୀକରଣ ଏବଂ ସ୍ୱଚ୍ଛତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଦୀର୍ଘ ୯ କିମି ପାଇଁ ପ୍ରସ୍ତାବିତ ପ୍ରକଳ୍ପର ନବୀକରଣ ପାଇଁ ୧୦୮୦ କୋଟିର ବ୍ୟୟ ଆକଳନ କରାଯାଇଛି । ପ୍ରଧାନମନ୍ତ୍ରୀ ପୁଣେରେ ମରାଠା ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ୯.୫ ଫୁଟ୍ ଉଚ୍ଚ ପ୍ରତିମା ଉଦଘାଟନ କରିଛନ୍ତି ।
More Stories
୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କଲା ରୁଷ୍…..
କାଶ୍ମୀରର ୪୮ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କଲେ ସରକାର…..
ତହୱୁର ରାଣାର ଏନଆଇଏ ହେପାଜତ ୧୨ ଦିନ ବୃଦ୍ଧି…..