ରିପୋର୍ଟ କାର୍ଡ / କୋଲକାତା
ନିର୍ବାଚନ ରାଲୀରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଂଟା ପାଇଁ ପ୍ରଚାର କରିପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ବିରୋଧ କରି ଟିଏମସି ମୂଖ୍ୟ ମମତା ବାନାର୍ଜୀ କୋଲକାତା ଗାନ୍ଧୀ ମୂର୍ତି ତଳେ ଦିନ ୧୨ଟାରୁ ଧାରଣାରେ ବସିଛନ୍ତି । ସେଠାରେ ସେ ହ୍ୱିଲ ଚେୟାରରେ ପଂହଚିବା ପରେ ଚିତ୍ର ଆଙ୍କି ପ୍ରଶଂସକଙ୍କୁ ଦେଖାଇଥିଲେ । ମମତା ଏକ ରାଲୀ ବେଳେ ମୁସଲମାନଙ୍କୁ ଭାଗ ଭାଗ ନ ହେବା ପାଇଁ ଉସୁକାଇଥିଲେ । ବିଜେପିର ଅଭିଯୋଗ ପରେ ଇସି ତାଙ୍କୁ ନୋଟିସ ଜାରୀ କରିଥିଲେ । ଏହାର ଉତର ଦେବାକୁ ମମତା ମନା କରିବାରୁ ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..