ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦେଶରେ କରୋନା ସଂକ୍ରମଣରେ ବ୍ରେକ ଲାଗୁନାହିଁ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶରେ ଚାଲିଛି ଟିକା ଉତ୍ସବ । ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଅଭିଯାନ ଚଳାଇଛନ୍ତି । କିନ୍ତୁ ଓଡ଼ିଶାର ଟିକାର ଘୋର ଅଭାବ ଦେଖାଦଇଛି । ଟିକା ଅଭାବରୁ ଆଜି ରାଜ୍ୟର ୧୧ଟି ଜିଲ୍ଲା ଯାଜପୁର, ଭଦ୍ରକ, ପୁରୀ, ନୟାଗଡ଼, ସୋନପୁର, ଗଜପତି, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, କୋରାପୁଟରେ ବନ୍ଦ ରହିଛି ଟିକାକରଣ । ଆଜି ମାତ୍ର ୫୦୦ କେନ୍ଦ୍ରରେ ଟିକାକରଣ ହେଉଛି । ୬୧ ହଜାର ଡୋଜ୍ କୋଭାକ୍ସିନ୍ ଓ ୩ଲକ୍ଷରୁ ଅଧିକ କୋଭିସିଲ୍ଡ ଟିକା ଅଛି । ଯାହାକି ଆଜି ଶେଷ ହୋଇଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଟିକା ଅଭାବ ଓ ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଗତକାଲି ପୁଣି ଥରେ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ତୁରନ୍କ ୧୦ ଦିନ ପାଇଁ ୨୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଯୋଗାଇବାକୁ ଦାବି କରିଥିଲେ । ଏବେ ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ କ୍ଷମତା ରହିଛି । କିନ୍ତୁ ଟିକା ଅଭାବରୁ ଏହା ଲକ୍ଷେକୁ ଖସିଛି । କରୋନା ସଂକ୍ରମଣ ବଢୁଥିବା ବେଳେ ଟିକା ଅଭାବ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।
More Stories
କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍….
ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ…..
୨୪ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି …..