Report Card Odisha

| Daily Odia News

ପଶ୍ଚିମବଙ୍ଗରେ ଜାରିରହିଛି ଷଷ୍ଠ ପର୍ଯ୍ୟାୟ ମତଦାନ…..

ରିପୋର୍ଟ କାର୍ଡ / କୋଲକାତା

ଆଜି ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି। ଉତ୍ତର ୨୪ ପ୍ରଗଣା, ନଦିଆ, ଉତ୍ତର ଦିନଜପୁର ଓ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ୪୩ଟି ଆସନରେ ମତଦାନ ଜାରିରହିଛି । ୧ କୋଟି ୩୦ ହଜାର ଭୋଟର ୪୩ ଜଣ ପ୍ରାର୍ଥୀଙ୍କୁ ଏହି ପର୍ଯ୍ୟାୟରେ ଚୟନ କରିବେ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ସାଢେ ୬ଟାରେ ଶେଷ ହେବ। ଏଥିପାଇଁ ୧୪ ହଜାର ୪୮୦ଟି ପୁଲିଂ ଷ୍ଟେସନ କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରଗୁଡିକରେ ବ୍ୟାପକ କୋଭିଡ କଟକଣା ଲାଗୁ କରାଯାଇଛି। ଏଥିସହିତ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ବୁଥ୍‌ରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭୋଟରମାନେ କୋଭିଡ କଟକଣା ମାନି ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଭୋଟରମାନଙ୍କୁ ନିବେଦନ କରିଛନ୍ତି।

Breaking News