Report Card Odisha

| Daily Odia News

ଜାଣନ୍ତୁ ଭୁବନେଶ୍ୱରରେ ବିନା ଶୁଳ୍କରେ କେଉଁଠାରେ କରିବେ କୋଭିଡ ଟେଷ୍ଟ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢି ଚାଲିଛି | ଆଜି ରାଜ୍ୟରେ ସର୍ବାଧିକ ୬୧୬୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି | ପୂର୍ବଥର ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ | ଚଳିତ ଥର ମଧ୍ୟ ସମାନ ସ୍ଥିତି ରହିଛି | ଭୁବନେଶ୍ୱର ସହରରେ ମଧ୍ୟ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟେଷ୍ଟିଂ କଡାକଡି କରାଯିବ | ଭୁବନେଶ୍ୱରରେ କୋଭିଡ ନିୟନ୍ତ୍ରଣ ପାଇଁ ବିଏମ୍‌ସି ପକ୍ଷରୁ ଟେଷ୍ଟିଂ ସେଣ୍ଟର ନମ୍ବର ଜାରି କରାଯାଇଛି। ଯଦି ଆପଣ ଭୁବନେଶ୍ୱର ବାସିନ୍ଦା, ତେବେ ବିନା ଶୁଳ୍କରେ କୋଭିଡ ଟେଷ୍ଟ କରିପାରିବେ। ସେଥି ପାଇଁ ଭୁବନେଶ୍ୱରରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଟେଷ୍ଟିଂ ପାଇଁ ବ୍ୟବସ୍ଥା ହୋଇଛି | ଟେଷ୍ଟିଂ ପାଇଁ ସମୟ ସକାଳ ୧୦ଟାରୁ ମଧ୍ୟାହ୍‌ଣ ୧ଟା ଯାଏ ରହିଛି |

ଆସନ୍ତୁ ଜାଣିବା କେଉଁ ସରକାରୀ ହସ୍ପିଟାଲରେ କରିବେ ଟେଷ୍ଟ-

କପିଳପ୍ରସାଦ, ବିଏମ୍‌ସି ହସ୍ପିଟାଲ – ପ୍ରଭୁଦତ୍ତ ମହାପାତ୍ର, ୯୪୩୯୯୯୯୦୫୬
ବି.ପାଟନା, ୟୁନିଟ-୩ – ନରେନ୍ଦ୍ର କୁମାର ପାଳ, ୯୪୩୯୯୯୯୦୫୩
ଡୁମୁଡୁମା, ଘାଟିକିଆ – ରାଜଲକ୍ଷ୍ମୀ ଜେନା, ୯୪୩୯୯୯୯୦୫୪
ନିଳାଦ୍ରୀବିହାର, ସି.ଏସ ପୁର, ପଟିଆ – ହେମନ୍ତ କୁମାର ମହାପାତ୍ର, ୯୪୩୯୯୯୯୦୫୭
ୟୁନିଟ ୯, ୟୁନିଟ ୪, ପୋଖରିପୁଟ – ସ୍ରିସେନ୍ଦୁ ରକସିତ୍‌, ୯୪୩୯୯୯୯୦୫୦
ୟୁନିଟ ୮, ବରମୁଣ୍ଡା – ସତ୍ୟପ୍ରିୟ ଦାଶ, ୯୪୩୯୯୯୯୦୫୧
ସହୀଦନଗର, ସତ୍ୟନଗର – ପୂର୍ଣ୍ଣିମା ସାହୁ, ୯୪୩୯୯୯୯୦୪୯
ଗାଢ଼କଣ, ଶିଖରଚଣ୍ଡି – ଅଶୋକ ମାଝୀ, ୯୪୩୯୯୯୯୦୫୫
ରସୁଲଗଡ଼, ନହରକଣ୍ଟା – ନିଶିତ ରଞ୍ଜନ ସାହୁ, ୯୪୩୯୯୯୯୦୫୨
କଳ୍ପନା, ଝାରପଡ଼ା – କ୍ଷରୋଦ କୁମାର ପଣ୍ଡା, ୯୪୩୯୯୯୯୦୫୯
ସାମନ୍ତପୁରୀ, ଆଇଆରସି ଭିଲେଜ – ୯୪୩୯୯୯୯୦୫୮

କେଉଁ ବେସରକାରୀ ହସ୍ପିଟାଲରେ କରିବେ ଟେଷ୍ଟ-

ଆଇଏମଏସ ଏବଂ ସମ୍ – ଆରଟିପିସିଆର/ଆଣ୍ଟିଜେନ – କୁନ୍ଦନ ସାହୁ, ୯୪୩୭୩୮୩୦୨୫
ଇନ ଡିଏନଏ – ଆରଟିପିସିଆର/ଆଣ୍ଟିଜେନ – ଅମିତ ରୟ ଚୌଧୁରୀ, ୮୦୫୬୧୬୦୫୯୮
ଜିଇଏନଏକ୍ସ – ଆରଟିପିସିଆର/ଆଣ୍ଟିଜେନ – ଅଜୟ କୁମାର ମହାରଣା, ୮୨୦୮୯୨୩୬୧୦/ ୯୮୬୧୭୧୬୪୪୧
ଆମ୍‌ରି – ଟ୍ରୁଏନାଟ – ଡକ୍ଟର ବିଭୂ ଦତ୍ତ, ୯୪୩୭୦୮୮୧୨୯
ଶ୍ରୀ ହସ୍ପିଟାଲ – ଆଣ୍ଟିଜେନ – ସନ୍ତୋଷ କୁମାର ବେହେରା, ୯୮୬୧୪୪୬୬୫୪
କେୟାର – ଆଣ୍ଟିଜେନ – ଶୁଭଶ୍ରୀ, ୯୪୩୮୪୮୫୮୦୬
ହାଇଟେକ୍ – ଆରଟିପିସିଆର/ଆଣ୍ଟିଜେନ – ଜ୍ୟୋର୍ତିମୟ ପଣ୍ଡା, ୯୦୯୦୯୫୨୪୦୧
କିମ୍‌ସ – ଆରଟିପିସିଆର/ଆଣ୍ଟିଜେନ – ଡକ୍ଟର ଦୀପ୍ତି, ୯୪୩୮୨୩୭୨୯୨
ଆପୋଲୋ – ଆରଟିପିସିଆର – ପଦ୍ମନାଭ ଦଳବେହେରା, ୮୦୯୩୦୬୦୨୬୪
ଇଷ୍ଟ କୋଷ୍ଟ – ଆରଟିପିସିଆର/ଆଣ୍ଟିଜେନ – ଡକ୍ଟର ସନ୍ଧ୍ୟା, ୯୮୬୧୭୧୮୫୫୩
ଜେସନ୍‌ଜଭ୍ ଡାଇଗ୍‌ନୋଷ୍ଟିକ ଏଲଏଲପି – ଆରଟିପିସିଆର/ଆଣ୍ଟିଜେନ – ଶୁଭ୍ରାଂଶୁ ଶେଖର ବିଶ୍ୱାଳ, ୮୧୧୪୯୧୮୮୦୭
ରେଡକ୍ଳିଫ ଲାଇଫ ସାଇନ୍‌ସେସ୍ – ଆରଟିପିସିଆର – ୯୫୫୬୯୧୯୫୮୩

Breaking News