Report Card Odisha

| Daily Odia News

ପଶ୍ଚିମବଙ୍ଗରୁ ଅନ୍ଯରାଜ୍ଯକୁ ଆଳୁ ରପ୍ତାନି ବନ୍ଦ,ଓଡ଼ିଶାରେ କିଲୋ ୫୦ ଟଙ୍କା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର

ପଶ୍ଚିମବଙ୍ଗରୁ ଅନ୍ଯରାଜ୍ଯକୁ ଆଳୁ ରପ୍ତାନି ବନ୍ଦ କରାଯାଇଛି । ଏନେଇ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଚଳିତ ବର୍ଷ ରାଜ୍ଯରେ ଯେଉଁ ପରିମାଣର ଆଳୁ ଉତ୍ପାଦନ ହେବା କଥା ତାହା ହୋଇନାହିଁ। ଫଳରେ ପର୍ଯ୍ଯାପ୍ତ ଆଳୁ ଉତ୍ପାଦନ କରୁଥିବା ପଶ୍ଚିମବଙ୍ଗରେ ଆଳୁ ଦର ବଢିଛି। ପୂର୍ବ ବର୍ଦ୍ଧମାନ ଓ ହୁଗୁଳୀ ଜିଲ୍ଲାର ତାଡକେଶ୍ୱର୍ ଆଳୁ ଚାଷ ପାଇଁ ସାରା ଭାରତ ବର୍ଷ ସହିତ ଏସିଆ ରେ ପ୍ରସିଦ୍ଧି ଲାଭ କରିଛି। ପଶ୍ଚିମବଙ୍ଗରୁ ଆଳୁ ମୁଖ୍ଯତଃ ଓଡିଶା ସମେତ ଝାଡଖଣ୍ଡ, ତ୍ରିପୁରା, ଆସାମ, ସିକ୍କିମ, ମଣିପୁର, ନାଗାଲାଣ୍ଡ, ବଙ୍ଗଳାଦେଶ, ନେପାଳ ଓ ଭୁଟାନକୁ ଆଳୁ ରପ୍ତାନି ହୋଇଥାଏ। ଉତ୍ପାଦନ ଅଭାବରୁ ଚଳିତ ବର୍ଷ ରାଜ୍ଯରେ ଆଳୁ କେଜି ପିଛା ୨୫ରୁ ୩୦ ଟଙ୍କା ରହିଛି।  ନିଜ ଆବଶ୍ୟକତା ମେଣ୍ଟାଇବାକୁ ଆଳୁ ବାହାରକୁ ଛାଡ଼ୁ ନାହାନ୍ତି ସେଠାକାର ସରକାର। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଟ୍ରକ୍ ଝାରଖଣ୍ଡ , ଓଡିଶା ସୀମାରେ ପଶ୍ଚିମ ବଙ୍ଗ ପୋଲିସ ଗାଡି କୁ ଅଟକାଇଥିବା ସୂଚନା ମିଳିଛି। ଏପଟେ ରାଜ୍ୟରେ ଆଜି ଆଳୁ କିଲୋପିଛା ୫୦ ଟଙ୍କାରୁ ଉର୍ଧ ଛୁଇଁଛି | ଖାଉଟି ଆଳୁ ପାଇଁ ହନ୍ତସନ୍ତ ହେଉଛନ୍ତି | ଏହାର ସ୍ଥିତି ପରଖିବାକୁ ଆଳୁ ଗୋଦାମରେ ପହଞ୍ଚିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଭୁବନେଶ୍ୱର ଆଇଗିଣିଆ ସ୍ଥିତ ଗୋଦାମରେ ପହଞ୍ଚି ତଦାରଖ କରିଥିଲେ ମନ୍ତ୍ରୀ | ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିବା ବନ୍ଦ ରହିଥିବାରୁ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଛି । ତେବେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Breaking News