ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ଓ ସିପିଏମ୍ ଗ୍ରାମ ପଞ୍ଚାୟତ ବୋର୍ଡ ଗଠନ ପାଇଁ ଏକାଠି ହୋଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସକୁ ହରାଇଛନ୍ତି। ପଶ୍ଚିମବଙ୍ଗରେ ଅତି କମରେ ତିନିଟି ଗ୍ରାମ ପଞ୍ଚାୟତରେ ବୋର୍ଡ ଗଠନ କରିଛନ୍ତି। ବୁଧବାର ପୂର୍ବ ମେଦିନାପୁର ଜିଲ୍ଲାର ମହିଷାଦାଲରେ ମିଳିତ ଭାବେ ବିଜେପି ଓ ସିପିଏମ୍ ଗ୍ରାମ ପଞ୍ଚାୟତ ବୋର୍ଡ ଗଠନ କରିଛନ୍ତି। ମୋଟ ୧୮ ଆସନରୁ ସିପିଏମ୍ ଦୁଇଟି ଜିତିଥିବା ବେଳେ ବିଜେପି ଏବଂ ଟିଏମସି ପ୍ରତ୍ୟେକ ୮ ଟି ସିଟ୍ ଜିତିଛନ୍ତି। ବିଜେପିର ଶୁଭ୍ରା ପଣ୍ଡା ଏବଂ ସିପିଏମ୍ର ପରେଶ ପାଣିଗ୍ରାହୀ ଯଥାକ୍ରମେ ବୋର୍ଡର ପ୍ରଧାନ ଓ ଉପ-ପ୍ରଧାନ ନିର୍ବାଚିତ ହୋଇଛନ୍ତି। ପଞ୍ଚାୟତ ବୋର୍ଡ ଗଠନକୁ ନେଇ ଅମୃତବେରିଆରେ ସକାଳେ ଉତ୍ତେଜନା ଦେଖା ଦେଇଥିଲା। ଟିଏମସିର ମହିଷାଦାଲ ବିଧାୟକ ତିଲକ କୁମାର ଚକ୍ରବର୍ତ୍ତୀ ସିପିଏମ୍କୁ ତୃଣମୂଳ କଂଗ୍ରେସ ବିରୋଧରେ ବିଜେପିକୁ ମୌନ ସମର୍ଥନ କରିଥିବା ଅଭିଯୋଗ କରିଥିଲେ। ତେବେ ବିଜେପି ଏବଂ ସିପିଏମ୍ ଏନେଇ କୌଣସି ଆଲୋଚନା କରାଯିବ ନାହିଁ ବୋଲି ସିଧା ସିଧା ମନା କରିଦେଇଛନ୍ତି। ଏଥିସହ ଏହି ନିଷ୍ପତ୍ତି ସ୍ଥାନୀୟ ଜନସାଧାରଣଙ୍କ ଇଚ୍ଛା ମୁତାବକ ନିଆଯାଇଛି ବୋଲି କହିଛନ୍ତି। ସିପିଏମ୍ ପଞ୍ଚାୟତ ସଦସ୍ୟ ବୁଲୁ ପ୍ରସାଦ ଜାନା କହିଛନ୍ତି, “ବିରୋଧୀଙ୍କ ଇଣ୍ଡିଆ ଆଲାଏନ୍ସ ଜାତୀୟ ସ୍ତରରେ ଦଳର ଏକ ନିଷ୍ପତ୍ତି। କିନ୍ତୁ ସ୍ଥାନୀୟ ଲୋକଙ୍କ ଭାବନାକୁ ସମ୍ମାନ ଦେବା ପାଇଁ ମୁଁ ବିଜେପି ନେତୃତ୍ୱାଧୀନ ପଞ୍ଚାୟତ ବୋର୍ଡକୁ ସମର୍ଥନ କରିଛି।” ବିଜେପି ମୁଖପାତ୍ର ଶମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ରାଜନୈତିକ କ୍ଷେତ୍ରରେ ସ୍ଥାନୀୟ, ରାଜ୍ୟ ଏବଂ ଜାତୀୟ ସ୍ତରର ଭୂମିକା ଭିନ୍ନରହିଥାଏ |






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….