ରିପୋର୍ଟ କାର୍ଡ / କୋଲକାତା
ଭ୍ୟାକ୍ସିନେସନ୍ ସାର୍ଟିଫିକେଟକୁ ନେଇ ପଶ୍ଚିମବଙ୍ଗରେ ଦେଖିବାକୁ ମିଳୁଛି ବୟାନବାଜି ସାଙ୍ଗକୁ ରାଜନୀତି ସରଗରମ୍ । ଟିକାକରଣ ପ୍ରମାଣପତ୍ରରେ କାହା ଫଟୋ ରହିବ ସେନେଇ ଆରମ୍ଭ ହୋଇଛି ଟଣାଓଟରା । କରୋନା ଟିକାକରଣ ପରେ ମିଳୁଥିବା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କୁ ନେଇ ବିବାଦ ଥମିନଥିବା ବେଳେ ଏବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନଷ୍ପତ୍ତିକୁ ନେଇ ଚାରିଆଡ଼େ ଚର୍ଚ୍ଚା । ରାଜ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ୧୮ରୁ୪୪ ବର୍ଷୀୟ ବର୍ଗଙ୍କୁ ଟିକାକରଣ ପରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଫଟୋ ଥିବା ପ୍ରମାଣ ପତ୍ର ମିଳିବ। ଟିକା ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ରହିବ ନା ମମତାଙ୍କର | ଏହାକୁ ନେଇ କିଛି ମାସ ପୂର୍ବରୁ ଟିକାକକଣ ରେ ମୋଦିଙ୍କ ଫଟୋକୁ ନେଇ ପ୍ରଶ୍ନ କରିଥିଲା ଟିମଏସି । ଏ ନେଇ ଉଭୟ ଦଳ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ୨୦୨୧ରେ ବଙ୍ଗ ବିଧାନସଭା ନିର୍ବାଚନରେ ସମୟରେ ଟିକା ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ଥିବା ନେଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଥିଲା ତୃଣମୂଳ କଂଗ୍ରେସ । ଅଚାର ସଂହିତାର ଉଲ୍ଲଂଘନ ଦର୍ଶାଇ ଭ୍ୟାକ୍ସିନେସନ ପ୍ରାମଣପତ୍ରରୁ ମୋଦିଙ୍କ ଫଟୋକୁ ହଟାଇବାକୁ ଦାବି କରାଯାଇଥିଲା । ଆଉ ଏବେ ବଙ୍ଗରେ ମିଳୁଥିବା ପ୍ରମାଣପତ୍ରରେ ମମତାଙ୍କ ଫଟୋ ଲାଗିବା ନଷ୍ପତ୍ତିି ପରେ ଚିହିଙ୍କି ଉଠିଛି ବିଜେପି ।
More Stories
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ…..
ଜୁନ ପ୍ରଥମ ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ରାମ ମନ୍ଦିର…..
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଓ ଖଡଗେ…..