Report Card Odisha

| Daily Odia News

ଭବାନୀପୁରରୁ ମମତା,ଜାକିରଙ୍କୁ ଜଙ୍ଗୀପୁର-ଅମିରୁଲଙ୍କୁ ସମସେରଗଞ୍ଜ ଟିକେଟ୍‌……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗରେ ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୈତିକ ମାହୋଲ ସରଗରମ ରହିଛି | ଟିଏମସି ୩ଟି ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ମମତା ବାନର୍ଜୀଙ୍କର ନିଜର ପାରମ୍ପରିକ ସିଟ୍‌ ଭବାନୀପୁରରୁ ନିର୍ବାଚନ ଲଢ଼ିବେ। ମୁଖ୍ୟମନ୍ତ୍ରୀ ରହିବାକୁ ହେଲେ ମମତାଙ୍କୁ କୌଣସି ମତେ ବିଜୟୀ ହେବାକୁ ହେବ। ଅନ୍ୟ ଆସନରେ ଟିଏମସି ପ୍ରାର୍ଥୀ ଜାକିର ହୁସୈନ ଜଙ୍ଗୀପୁରରୁ ଛିଡ଼ା ହେବାକୁ ଯାଉଥିବା ବେଳେ ଅମିରୁଲ ଇସ୍ଲାମ ସମସେରପୁରରୁ ନିର୍ବାଚନ ଲଢ଼ିବେ। ରାଜ୍ୟରେ ୩ଟି ସିଟ୍‌ରେ ଉପନିର୍ବାଚନ ୩୦ ସେପ୍ଟମ୍ବରରରେ ହେବ। ଏହାରି ଭିତରେ ଟିଏମସି ନେତା ମଦନ ମିତ୍ର ପରାମର୍ଶ ଦେଇଛନ୍ତି। ଭବାନୀପୁରରେ ମମତାଙ୍କ ବିପକ୍ଷରେ ବିଜେପି ନିଜର ପ୍ରାର୍ଥୀ ନଦେବା ଦରକାର। ଏହା ଦ୍ବାରା ଅଯଥାରେ ଟଙ୍କା ନଷ୍ଟ ହେବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଶନିବାର ନିର୍ବାଚନ ଆୟୋଗ ଆନ୍ଧ୍ରପ୍ରଦେଶ, ଓଡ଼ିଶା ସମେତ ପଶ୍ଚିମବଙ୍ଗର ୩ଟି ଆସନ​‌ରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ଗତ ନିର୍ବାଚନରେ ମମତା ବାନାର୍ଜୀ ନନ୍ଦୀଗ୍ରkମରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ପରାଜୟ ସ୍ବୀକାର କରିଥିଲେ। ଏହା ସତ୍ବେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ସେ ୬ ମାସ ମଧ୍ୟରେ ନିର୍ବାଚନ ନଜିତିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ହେବ । ତେଣୁ ସେ ଭବାନୀପୁରରୁ ଉପନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଏଥିପାଇଁ ୧୩ ସେପ୍ଟେମ୍ବର ନାମାଙ୍କନ ଭରିବାର ଶେଷ ତାରିଖ। ୩୦ ଅକ୍ଟୋବରରେ ଭୋଟ ପଡ଼ିବାକୁ ଥିବା ବେଳେ ୪ ଅକ୍ଟୋବରରେ ଫଳାଫଳ ପ୍ରକାଶ ପାଇବ ।

Breaking News