ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ଦିଲ୍ଲୀର ଏକ କୋର୍ଟ କୁସ୍ତି ମହାସଂଘର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ତାଙ୍କ ସହକାରୀ ସଚିବ ବିନୋଦ ତୋମାରଙ୍କୁ ଜବାବ ତଲବ କରିଛନ୍ତି। ମହିଳା ରେସଲରଙ୍କ ପକ୍ଷରୁ କରାଯାଇଥିବା ଏକ ଏତଲା ଉପରେ ପୋଲିସ ତଦନ୍ତ କରି ଦାଖଲ କରିଥିବା ଚାର୍ଜସିଟ୍କୁ ଭିତ୍ତି କରି ଏହି ନୋଟିସ୍ ହୋଇଛି। ପୋଲିସ ଏହି ମାମଲା ରୁଜୁ କରି ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣର ଆଇପିସି ଧାରା ୩୫୪, ୩୫୪-କ, ୩୫୪-ଘ ଏବଂ ତାଙ୍କ ସହକାରୀ ସଚିବ ଥିବା ବିନୋଦ ତୋମାରଙ୍କ ବିରୋଧରେ ଆଇପିସିର ଧାରା ୧୦୯, ୩୫୪, ୩୫୪-କ, ୫୦୬ ଲଗାଇଛି। ଆଇପିସି ଧାରା ୩୫୪ରେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଦୋଷୀକୁ ଅଧିକରୁ ଅଧିକ ୫ ବର୍ଷ ଜେଲଦଣ୍ଡ ମିଳିବାର ବ୍ୟବସ୍ଥା ରହିଛି। ଏହି ଧାରାରେ ବେଲ ମଧ୍ୟ ମିଳିବନି। ସେହିପରି ଆଇପିସିର ଧାରା ୩୫୪ରେ ଅଧିକତମ ୫ ବର୍ଷ ଜେଲ୍ଦଣ୍ଡର ବ୍ୟବସ୍ଥା ରହିଛି। ଦିଲ୍ଲୀର ରାଉସ୍ ଏଭନ୍ୟୁ କୋର୍ଟ ଚାର୍ଜସିଟିକୁ ଭିତ୍ତି କରି ଏହି ସମନ୍ ଜାରି କରିଛନ୍ତି। ତାଙ୍କୁ ଆସନ୍ତା ୧୮ ତାରିଖରେ କୋର୍ଟରେ ହାଜର ହେବାକୁ ନୋଟିସ୍ରେ କୁହାଯାଇଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..