Report Card Odisha

| Daily Odia News

ସାବଧାନ:ହ୍ୱାଟ୍ସଆପରେ ଏଭଳି ଫଟୋ-ଭିଡିଓ ପଠାଇଲେ ଜେଲ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଫାଷ୍ଟ ମେସେଜିଂ ଆପ୍ ହେଉଛି ହ୍ୱାଟ୍ସଆପ | ଦେଶ ନୁହେଁ, ସମଗ୍ର ବିଶ୍ୱରେ ହ୍ୱାଟ୍ସଆପ ର ବହୁଳ ବ୍ୟବହାର ହେଉଛି | ଚାଟ୍, ଅଡିଓ ଓ ଭିଡିଓ କଲିଂ ପାଇଁ ଲୋକମାନେ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି । ଆଜିର ସମୟରେ ଏହି ମେସେଜିଂ ଆପ୍ ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଉଛି । ଏହା ମାଧ୍ୟମରେ ଯେକୌଣସି ଭିଡିଓ, ଫଟୋ କିମ୍ବା ସୂଚନା କିଛି ମିନିଟରେ ଭାଇରାଲ୍ ହୋଇପାରେ । ଅବଶ୍ୟ ଏହାକୁ ବ୍ୟବହାର କରୁଥିବା କିଛି ଲୋକ ହ୍ୱାଟ୍ସଆପର ପଲିସି ଜାଣନ୍ତି ନାହିଁ କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ । ଉପଭୋକ୍ତାମାନେ ପଲିସି ପାଳନ ନକଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ହ୍ୱାଟ୍ସଆପରେ ଏହି ଜିନିଷ ପ୍ରତି ଧ୍ୟାନ ଦେବା ଦରକାର |ହ୍ୱାଟ୍ସଆପର ପଲିସି ଅନୁସାରେ, ୟୁଜର୍ସ କାହାକୁ ବି ଏପରି ଫଟୋ ବା ଭିଡିଓ ପଠାଇପାରିବ ନାହିଁ, ଯାହା ସମାଜରେ ହିଂସାକୁ ପ୍ରୋତ୍ସାହିତ ବା ସମାଜକୁ ବିଭାଜିତ କରୁଥିବ । ଏପରି ପରିସ୍ଥିତିରେ, ହ୍ୱାଟ୍ସଆପ ନିଜେ ସେହି ଆକାଉଣ୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାହାକୁ ବ୍ୟାନ୍ କରିପାରିବ । ସୂଚନା ମୁତାବକ, ପ୍ରତି ମାସରେ ହ୍ୱାଟ୍ସଆପ୍ ସେହି ଆକାଉଣ୍ଟକୁ ବ୍ୟାନ୍ କରୁଛି, ଯେଉଁଗୁଡିକ କମ୍ପାନୀ ପଲିସି ବିରୋଧରେ କାମ କରୁଛି । ଗତମାସ ମେ’ରେ ପ୍ରା ୧୬ ଲକ୍ଷ ଆକାଉଣ୍ଟକୁ ହ୍ୱାଟ୍ସଆପ୍ ବ୍ୟାନ୍ କରିଥିଲା । ଅବଶ୍ୟ ସେମାନଙ୍କ ମଧ୍ୟରୁ କିଛି ୟୁଜସ ସଫେଇ ଦେବାରୁ ତାଙ୍କ ଆକାଉଣ୍ଟ ପୁଣିଥରେ ଚାଲୁ କରାଯାଇଛି । ଏହା ସହ ହ୍ୱାଟ୍ସଆପରେ କୌଣସି ଧାର୍ମିକ ବିଶ୍ୱାସକୁ ଆଘାତ ଦେବା ଭଳି ମେସେଜ୍ ପଠାଇବା ଉଚିତ୍ ନୁହେଁ । ଏହା ବ୍ୟତୀତ ଏହାକୁ ପ୍ରୋତ୍ସାହିତ କଲାଭଳି ମେସେଜ୍ ସେୟାର କରନ୍ତୁ ନାହିଁ । ଏପରି ପରିସ୍ଥିତିରେ ପୋଲିସ ଆପଣଙ୍କୁ ଗିରଫ ମଧ୍ୟ କରିପାରେ ।

 

Breaking News